୧୦ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): କରୋନା କଟକଣା ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ୧୨ଟି ଶିଳ୍ପ ପ୍ରକଳ୍ପରେ ମୋଟ ୮୭୯୬.୬୧କୋଟି ଟଙ୍କା ପୁଞ୍ଜିନିବେଶ ଓ ୭ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଛି। ଆଜି ଉଦଘାଟନ ହୋଇଥିବା ୨ଟି ପ୍ରକଳ୍ପ -ଯାଜପୁରର ହରିଦାସପୁର ଅଂଚଳରେ ରାମକୋ ସିମେଣ୍ଟ ପ୍ଲାଣ୍ଟ ଓ ବରଗଡ଼ର ବିଜେପୁରରେ ଆଦିତ୍ୟ ବିର୍ଲା ରିନ୍ୟୁବଲ୍ […]

naveen

Manoranjan Sial
  • Published: Thursday, 08 October 2020
  • , Updated: 08 October 2020, 10:33 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର ): କରୋନା କଟକଣା ମଧ୍ୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ଓ ୨ଟି ପ୍ରକଳ୍ପର ଉଦଘାଟନ କରିଛନ୍ତି। ଏହି ୧୨ଟି ଶିଳ୍ପ ପ୍ରକଳ୍ପରେ ମୋଟ ୮୭୯୬.୬୧କୋଟି ଟଙ୍କା ପୁଞ୍ଜିନିବେଶ ଓ ୭ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାର ଲକ୍ଷ୍ୟ ରଖାଯାଇଛି। ଆଜି ଉଦଘାଟନ ହୋଇଥିବା ୨ଟି ପ୍ରକଳ୍ପ -ଯାଜପୁରର ହରିଦାସପୁର ଅଂଚଳରେ ରାମକୋ ସିମେଣ୍ଟ ପ୍ଲାଣ୍ଟ ଓ ବରଗଡ଼ର ବିଜେପୁରରେ ଆଦିତ୍ୟ ବିର୍ଲା ରିନ୍ୟୁବଲ୍ ଲିଃର ସୋଲାର ପାୱାର ପ୍ଲାଣ୍ଟ ରହିଛି।

ସେହିପରି ଅନ୍ୟ ୧୦ଟି ପ୍ରକଳ୍ପ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ରୁଙ୍ଗଟା ମାଇନ୍ସ ଲିଃର ନୂଆ ୟୁନିଟର ସମ୍ପ୍ରସାରଣ, ସମ୍ବଲପୁର ଜିଲ୍ଲାରେ ଶ୍ୟାମ ମେଟାଲିକ୍ସର ନୂଆ ୟୁନିଟ୍ ସମ୍ପ୍ରସାରଣ, ଖୋର୍ଦ୍ଧା ଜିଲ୍ଲାର ଏସଇଜେଡ୍ ଇନଫୋଭ୍ୟାଲିରେ ୟୁବିଏନ୍ ସଫ୍ଟୱେୟାରର ସଲ୍ୟୁସନ୍ ସେଣ୍ଟର ସ୍ଥାପନ, ବଲାଙ୍ଗିରରେ ସ୍ୱସ୍ତି ଇକୋୱେୟାର ଲିଃର ମ୍ୟାନୁଫାକଚରିଂ ୟୁନିଟ, ଖୋର୍ଦ୍ଧାର ଛତାବରରେ ବିଦ୍ୟାବୁଟି ଫାର୍ମାସୀର ନିର୍ମାଣ ୟୁନିଟ, ମେହାନ ଇଣ୍ଡଷ୍ଟ୍ରିର ମାଟ୍ରେସ୍ ତିଆରି ୟୁନିଟ୍ ଆଦି ମୋଟ ୧୦ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ କରିଛନ୍ତି।

ଏହି ଅବସରରେ ବିଭିନ୍ନ ପ୍ରକଳ୍ପ ସ୍ଥାନରେ ମନ୍ତ୍ରୀ ଓ ବିଧାୟକମାନେ ଉପସ୍ଥିତ ଥିଲେ।

Related story