ନବୀନ ଖେଳିଲେ ନିର୍ବାଚନୀ କାର୍ଡ: ମହିଳା ଏସଏସଜିକୁ ବିନା ସୁଧରେ ଋଣ

ପୁରୀ(ଓଡ଼ିଶା ରିପୋର୍ଟର): ମହିଳାଙ୍କ ପ୍ରତି ରାଜ୍ୟରେ ବଢ଼ୁଥିବା ହିଂସା ଓ ଅତ୍ୟାଚାର ଯୋଗୁ ବ୍ୟାକଫୁଟରେ ଥିବା ବିଜେଡି ସରକାର ଆଜି ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା ଏସଏଚଜିଗୁଡ଼ିକ ଏବେ ୧ ପ୍ରତିଶତ ସୁଧରେ ଋଣ ପାଉଛନ୍ତି। ଆଜି ପୁରୀରେ ମହିଳା ଏସଏଚଜି ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ମହିଳା ଏସଏଚଜିଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା […]

navee

navee

Jyoshna Pradhan
  • Published: Saturday, 05 January 2019
  • Updated: 05 January 2019, 04:10 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ମହିଳାଙ୍କ ପ୍ରତି ରାଜ୍ୟରେ ବଢ଼ୁଥିବା ହିଂସା ଓ ଅତ୍ୟାଚାର ଯୋଗୁ ବ୍ୟାକଫୁଟରେ ଥିବା ବିଜେଡି ସରକାର ଆଜି ମିଶନ ଶକ୍ତି ଅନ୍ତର୍ଗତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବିନା ସୁଧରେ ଋଣ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମହିଳା ଏସଏଚଜିଗୁଡ଼ିକ ଏବେ ୧ ପ୍ରତିଶତ ସୁଧରେ ଋଣ ପାଉଛନ୍ତି।

ଆଜି ପୁରୀରେ ମହିଳା ଏସଏଚଜି ମହାସମାବେଶରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ମହିଳା ଏସଏଚଜିଗୁଡ଼ିକୁ ବିନା ସୁଧରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ଏହା ଦ୍ୱାରା ରାଜ୍ୟର ୬ଲକ୍ଷ ମହିଳା ଏସଏଚଜିର ୭୦ଲକ୍ଷ ମହିଳା ଉପକୃତ ହେବେ। ଏହାଛଡ଼ା ପ୍ରତ୍ୟେକ ନୂଆ ମହିଳା ଏସଏଚଜିକୁ ୧୫ହଜାର ଟଙ୍କାର ମୂଳ ପାଣ୍ଠି, ବ୍ଲକସ୍ତରୀୟ ମହିଳା ଏସଏଚଜି ମହାସଂଘକୁ ୨୫ଲକ୍ଷ ଟଙ୍କାର ସହାୟତା ପାଣ୍ଠି ଓ ମୋବାଇଲ ଫୋନ୍ କିଣିବା ପାଇଁ ୩ହଜାର ଟଙ୍କା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି। ୨୦୦୧ରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୮ବର୍ଷ ପରେ ଏହା ନିରବ ବିପ୍ଲବରେ ପରିଣତ ହୋଇଛି। ଏହା ରାଜ୍ୟର ସାମାଜିକ ଓ ଅର୍ଥନୀତିକ ପରିବର୍ତ୍ତନରେ ଯୋଗଦାନ ଦେଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ମହିଳା ଏସଏଚଜି ମହାସମାବେଶରେ ପୁରୀ ଜିଲ୍ଲାର ସମସ୍ତ ବିଜେଡି ବିଧାୟକ ଓ ବିଜେଡି କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos