ଗଡ଼ିଲା ‘ପରୀ ଏକ୍ସପ୍ରେସ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁ ନିର୍ଯାତନା ବିରୋଧରେ ଜନସଚେତନତା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ ଆଜିଠୁ ଆରମ୍ଭ ହେଲା ‘ପରୀ ଏକ୍ସପ୍ରେସ’। ୟୁନିସେଫ ସହାୟତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରସ’। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପତାକା ଦେଖାଇ ଏହି ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ‘ପରୀ ଏକ୍ସପ୍ରସ’ ୧୫ ଦିନ ଧରି ରାଜ୍ୟର ୩୦ଟି ଜିଲ୍ଲାକୁ ଯିବ। ଏଥିରେ ଏକ ଏଲ୍‌ସିଡ଼ି ସ୍କ୍ରିନ୍ ଲାଗିଛି। […]

Chief Minister Naveen Patnaik flags off state-wide mega awareness campaign titled PareePainKathaTie

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 06:18 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶିଶୁ ନିର୍ଯାତନା ବିରୋଧରେ ଜନସଚେତନତା ପାଇଁ ଓଡ଼ିଶା ପୋଲିସର ଅଭିନବ ପ୍ରୟାସ ଆଜିଠୁ ଆରମ୍ଭ ହେଲା ‘ପରୀ ଏକ୍ସପ୍ରେସ’। ୟୁନିସେଫ ସହାୟତାରେ ହେଉଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସାରା ରାଜ୍ୟରେ ବୁଲିବ ‘ପରୀ ଏକ୍ସପ୍ରସ’। ଭୁବନେଶ୍ୱରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପତାକା ଦେଖାଇ ଏହି ଏକ୍ସପ୍ରେସକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

‘ପରୀ ଏକ୍ସପ୍ରସ’ ୧୫ ଦିନ ଧରି ରାଜ୍ୟର ୩୦ଟି ଜିଲ୍ଲାକୁ ଯିବ। ଏଥିରେ ଏକ ଏଲ୍‌ସିଡ଼ି ସ୍କ୍ରିନ୍ ଲାଗିଛି। ଏହି ସ୍କ୍ରିନ୍ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯିବା ସହ ଶିଶୁଙ୍କୁ ନିର୍ଯାତନା ଦେଲେ କିଭଳି ଦଣ୍ଡ ମିଳିବ, ସେ ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଯିବ। ପ୍ରତି ଜିଲ୍ଲାରେ ଏ‌ସ୍‌ପି ଓ ଜିଲ୍ଲାପାଳମାନେ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେବେ। ପ୍ରତି ଅଞ୍ଚଳର ଲୋକ ସଂସ୍କୃତି ମାଧ୍ୟମରେ ମଧ୍ୟ ଏହି ପ୍ରଚାର କରାଯିବ।

Related story