ଲୋକାର୍ପିତ ହେଲା ଗାନ୍ଧୀ ଶାନ୍ତି କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଲୋକାର୍ପିତ ହୋଇଛି ଗାନ୍ଧୀ ଶାନ୍ତି କେନ୍ଦ୍ର। ଭୁବନେଶ୍ୱର ଖଣ୍ଡଗିରିରେ ନିର୍ମାଣ ହୋଇଥିବା ଏହି ଶାନ୍ତି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୫ ଏକର ଜାଗାରେ ଅବସ୍ଥାପିତ ହୋଇଛ ଏହି ସ୍ମୃତିପୀଠ। ମହାତ୍ମା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଓ  ଯୁବପିଢିଙ୍କୁ ବାପୁଙ୍କ ଅଂହିସା ନୀତି ଏବଂ ଆଦର୍ଶ ସମ୍ପର୍କରେ ଜଣାଇବା ଉଦ୍ଧେଶ୍ୟରେ ଗାନ୍ଧୀ ଶାନ୍ତି କେନ୍ଦ୍ର ଲୋକାର୍ପିତ […]

gandha-peace-centre-inagurated1

Manoranjan Sial
  • Published: Saturday, 22 February 2020
  • , Updated: 22 February 2020, 10:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଦିତ୍ୟ ବିର୍ଲା ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସରେ ଲୋକାର୍ପିତ ହୋଇଛି ଗାନ୍ଧୀ ଶାନ୍ତି କେନ୍ଦ୍ର। ଭୁବନେଶ୍ୱର ଖଣ୍ଡଗିରିରେ ନିର୍ମାଣ ହୋଇଥିବା ଏହି ଶାନ୍ତି କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି। ପ୍ରାୟ ୫ ଏକର ଜାଗାରେ ଅବସ୍ଥାପିତ ହୋଇଛ ଏହି ସ୍ମୃତିପୀଠ।

ମହାତ୍ମା ଗାନ୍ଧୀଙ୍କ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ଓ  ଯୁବପିଢିଙ୍କୁ ବାପୁଙ୍କ ଅଂହିସା ନୀତି ଏବଂ ଆଦର୍ଶ ସମ୍ପର୍କରେ ଜଣାଇବା ଉଦ୍ଧେଶ୍ୟରେ ଗାନ୍ଧୀ ଶାନ୍ତି କେନ୍ଦ୍ର ଲୋକାର୍ପିତ ହୋଇଛି। ଏହି କେନ୍ଦ୍ରରେ ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ଭାଷାରେ ମହାତ୍ମାଙ୍କ କାହାଣୀ ଶୁଣାବାକୁ ମିଳିବା ସହ ଗାନ୍ଧୀଜୀ ବ୍ୟବହାର କରୁଥିବା ସାମଗ୍ରୀ ଦେଖିବାକୁ ମିଳିବ। ପ୍ରତି ମଙ୍ଗଳବାରରୁ ରବିବାର ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଶାନ୍ତି କେନ୍ଦ୍ର ଖୋଲା ରହିବ।

Related story