ଓଡ଼ିଶାର ବାଘ ହିସାବ, କେନ୍ଦ୍ରୀୟ ଗଣନା ରିପୋର୍ଟ ମିଛ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୨୮ ନୁହେଁ। ରାଜ୍ୟରେ ଅଧିକ ବାଘ ଅଛନ୍ତି। କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟ ଆସିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ । ବାଘ ଦୃଷ୍ଟିଗୋଚର ହୋଇଥିବା ରାଜ୍ୟର ନୂଆ ବନଖଣ୍ଡକୁ ଗଣନାରେ ସାମିଲ କରାନଯିବା ଏବଂ କେବଳ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣନାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ବାଘଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ […]

r-5

r-5

Tapas Behera
  • Published: Thursday, 01 August 2019
  • Updated: 01 August 2019, 08:44 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୨୮ ନୁହେଁ। ରାଜ୍ୟରେ ଅଧିକ ବାଘ ଅଛନ୍ତି। କେନ୍ଦ୍ରୀୟ ବାଘ ଗଣନା ରିପୋର୍ଟ ଆସିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲି ଏହା କହିଛନ୍ତି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ । ବାଘ ଦୃଷ୍ଟିଗୋଚର ହୋଇଥିବା ରାଜ୍ୟର ନୂଆ ବନଖଣ୍ଡକୁ ଗଣନାରେ ସାମିଲ କରାନଯିବା ଏବଂ କେବଳ କ୍ୟାମେରା ଟ୍ରାପ୍ ମାଧ୍ୟମରେ ଗଣନାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି।  ବାଘଙ୍କ ପ୍ରକୃତ ସଂଖ୍ୟା ଜାଣିବାକୁ ରାଜ୍ୟ ସରକାର ନିଜସ୍ୱ ଗଣନା କରିବେ ବୋଲି ସେ ସୂଚନା ଦେଇଛନ୍ତି।

ରାଜ୍ୟର ବାଘଙ୍କ ପ୍ରକୃତ ସଂଖ୍ୟା କେତେ? ୨୦୧୪ ଭଳି ୨୦୧୮ର ଗଣନା ତଥ୍ୟକୁ ନେଇ ମୁଣ୍ଡ ଟେକିଛି ବିବାଦ। ରାଜ୍ୟରେ ଏବେ ୨୮ଟି ବାଘ ଥିବା କେନ୍ଦ୍ରୀୟ ଗଣନା ରିପୋର୍ଟରେ କୁହାଯାଇଥିବା ବେଳେ ରାଜ୍ୟ ଚିଫ୍ ୱାଇଲଡ୍‌ ଲାଇଫ୍ ୱାର୍ଡେନ୍ କିନ୍ତୁ ଏହାକୁ ମାନିବାକୁ ନାରାଜ । କାରଣ ସୁନ୍ଦରଗଡ଼ ହେମଗିରି ଓ ରାୟଗଡ଼ା ଭଳି ନୂଆ ନୂଆ ବନଖଣ୍ଡରେ ବାଘ ଦୃଷ୍ଟିଗୋଚର ହୋଇଛନ୍ତି । ସେହିପରି ଶିମିଳିପାଳ ଓ ସୁନାବେଡ଼ା ଅଭୟାରଣ୍ୟରେ ମଧ୍ୟ ଅନେକ ଦୁର୍ଗମ ଅଞ୍ଚଳ ରହିଛି ଯେଉଁଠି କ୍ୟାମେରାଟ୍ରାପ୍ ଲଗାଇବା ସମ୍ଭବ ନୁହେଁ । ଅନ୍ୟପକ୍ଷରେ କେନ୍ଦ୍ରୀୟ ସଂସ୍ଥା କେବଳ ଟ୍ରାପ୍ କ୍ୟାମେରା ମାଧ୍ୟମରେ ଗଣନା କରୁଛନ୍ତି।  ଏହାଦ୍ୱାରା ସଠିକ୍ ଭାବେ ବାଘଙ୍କ ସଂଖ୍ୟା ନିର୍ଦ୍ଧାରଣ ସମ୍ଭବ ନୁହେଁ ବୋଲି ମତ ରଖିଛନ୍ତି ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍। ତେଣୁ କେନ୍ଦ୍ରୀୟ ରିପୋର୍ଟକୁ ଚ୍ୟାଲେଞ୍ଜ କରି ୨୦୧୬ ଭଳି  ରାଜ୍ୟ ବନବିଭାଗ ଆସନ୍ତା ଗ୍ରୀଷ୍ମ ଋତୁରେ ନିଜସ୍ୱ ବାଘ ଗଣନା କରିବ ବୋଲି ସେ ସୂଚନା ଦେଇଛନ୍ତି ।

ଓଡ଼ିଶା ଏକଦା ବାଘ ସଂରକ୍ଷଣ କ୍ଷେତ୍ରରେ ଦେଶରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ସେହିପରି ୧୯୭୧ରେ ପ୍ରଥମେ ଓଡ଼ିଶାରୁ ହିଁ ପଗ୍ ମାର୍କ ମାଧ୍ୟମରେ ବାଘ ଗଣନା ଆରମ୍ଭ ହୋଇଥିଲା । ତେଣୁ ଓଡ଼ିଶାରେ ବାଘ ସଂଖ୍ୟା ଅପରିବର୍ତ୍ତିତ ରହିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ବ୍ୟାଘ୍ର ବିଶେଷଜ୍ଞ। ରାଜ୍ୟରେ ଜଙ୍ଗଲର ଆୟତନ ବଢୁଥିବା ବେଳେ ନୂଆ ନୂଆ ଅଞ୍ଚଳରେ ବାଘ ଦେଖାଯାଉଛନ୍ତି । ତେଣୁ ସଂଖ୍ୟା କମିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଜୋର ଧରିଛି ବିତର୍କ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos