ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଆ ଶିଖାଇବାକୁ ଯାଇ ପୋଲିସ୍ ସହିତ ଛାତ୍ର କଂଗ୍ରେସ କର୍ମୀଙ୍କ ଧସ୍ତାଧସ୍ତି

ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବାକୁ ଉଦ୍ୟମ କରିଥିବା ଛାତ୍ର କଂଗ୍ରେସ୍ କର୍ମୀଙ୍କୁ ପୋଲିସ୍ ଶିଶୁ ଭବନ ନିକଟରେ ଅଟକାଇବା ପରେ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ପୋଲିସ୍ କିଛି ଛାତ୍ର ନେତାଙ୍କୁ ଗିରଫ ମଧ୍ୟ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଶିଖାଇବାକୁ ଛାତ୍ର କଂଗ୍ରେସ ତରଫରୁ ଆଜି ଏକ ରାଲି କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଆଡ଼କୁ […]

cog

Rakesh Mallick
  • Published: Friday, 01 April 2016
  • , Updated: 01 April 2016, 02:46 PM IST

ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଶିଖାଇବାକୁ ଉଦ୍ୟମ କରିଥିବା ଛାତ୍ର କଂଗ୍ରେସ୍ କର୍ମୀଙ୍କୁ ପୋଲିସ୍ ଶିଶୁ ଭବନ ନିକଟରେ ଅଟକାଇବା ପରେ ଦୁଇ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଏଥିରେ ପୋଲିସ୍ କିଛି ଛାତ୍ର ନେତାଙ୍କୁ ଗିରଫ ମଧ୍ୟ କରିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଶିଖାଇବାକୁ ଛାତ୍ର କଂଗ୍ରେସ ତରଫରୁ ଆଜି ଏକ ରାଲି କଂଗ୍ରେସ ଭବନରୁ ବାହାରି ନବୀନ ନିବାସ ଆଡ଼କୁ ଯାଇଥିଲା। ହାତରେ ବର୍ଣ୍ଣବୋଧ ବହି ସହ ଖଡ଼ି, ସିଲଟ, ହସ୍ତାକ୍ଷର ଖାତା ଧରି ଛାତ୍ର କଂଗ୍ରେସ କର୍ମୀମାନେ ଏହି ରାଲି କରିଥିଲେ। ତେବେ ଶିଶୁ ଭବନ ଛକରେ ପୋଲିସ୍ ସେମାନଙ୍କ ବାଟ ଓଗାଳି ଥିଲା। ପୋଲିସ୍ ଛାତ୍ରଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। ଫଳରେ ଉଭୟ ଛାତ୍ର କଂଗ୍ରେସ କର୍ମୀ ଓ ପୋଲିସ୍ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରେ ପୋଲିସ୍ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନଙ୍କ ସହ ବହୁ ଛାତ୍ର ନେତାଙ୍କୁ ଗିରଫ କରିଥିଲା।

Related story