ମୁଖ୍ୟମନ୍ତ୍ରୀଙ୍କ ଢେଙ୍କାନାଳ ଗସ୍ତ ପୂର୍ବରୁ ୫୦ ବିଜେପି କର୍ମୀ ଅଟକ

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ଗସ୍ତ ପୂର୍ବରୁ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ସମେତ ୫୦ ଜଣ ବିଜେପି କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।  ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ୍ ସେମାନଙ୍କୁ ଅଟକ ରଖିଛି। ଆଜି ସକାଳେ ବାଜି ଚୌକ ଛକଠାରେ କଳାପତାକା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ପାଇ ପୋଲିସ୍ ୧୨ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି। ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ […]

bjp

Rakesh Mallick
  • Published: Saturday, 25 June 2016
  • , Updated: 25 June 2016, 02:46 PM IST

ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ଗସ୍ତ ପୂର୍ବରୁ ବିଜେପିର ବରିଷ୍ଠ ନେତା ରୁଦ୍ର ନାରାୟଣ ପାଣିଙ୍କ ସମେତ ୫୦ ଜଣ ବିଜେପି କର୍ମୀଙ୍କୁ ପୋଲିସ୍ ଅଟକ ରଖିଛି।  ସଭାସ୍ଥଳରେ କଳାପତାକା ପ୍ରଦର୍ଶନ କରିବା ଅଭିଯୋଗରେ ପୋଲିସ୍ ସେମାନଙ୍କୁ ଅଟକ ରଖିଛି।

ଆଜି ସକାଳେ ବାଜି ଚୌକ ଛକଠାରେ କଳାପତାକା ପ୍ରଦର୍ଶନ ପାଇଁ ପ୍ରସ୍ତୁତି ଚଳାଇଥିବା ଖବର ପାଇ ପୋଲିସ୍ ୧୨ ଜଣ ବିଜେପି କର୍ମୀଙ୍କୁ ଅଟକ ରଖିଛି।

ମୁଖ୍ୟମନ୍ତ୍ରୀ ଆଜି ଦିନିକିଆ ଢେଙ୍କାନାଳ ଜିଲ୍ଲା ଗସ୍ତ କରି ବହୁ ପ୍ରତିକ୍ଷୀତ ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ କେନାଲ  ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

Related story