ମାରଣାସ୍ତ୍ର ଦେଖାଇ ଦ୍ୱିତୀୟ ଶ୍ରେଣୀ ଛାତ୍ରକୁ ଅପହରଣ କଲେ ୩ ମହିଳା!

ସୋର (ଶଶିକାନ୍ତ ବେହେରା): ସ୍କୁଲ ସମ୍ମୁଖରୁ ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଜଣ ମହିଳା ଉଠାଇ ନେଇଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କଣ ପାଇଁ ଛୋଟ ଛୁଆଟିକୁ ଅପହରଣ କଲା, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖରାସାହାପୁର ଗାଁର ସୂର୍ଯ୍ୟକାନ୍ତ ମହାଳିକଙ୍କ ପୁଅ ଶୁଭଙ୍କର ଖରାସାହାପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ସବୁଦିନ ପରି ଆଜି […]

child-kidnap-under-soro-police-limit

Manoranjan Sial
  • Published: Monday, 22 July 2019
  • , Updated: 22 July 2019, 08:23 PM IST

ସୋର (ଶଶିକାନ୍ତ ବେହେରା): ସ୍କୁଲ ସମ୍ମୁଖରୁ ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରଙ୍କୁ ୩ ଜଣ ମହିଳା ଉଠାଇ ନେଇଛନ୍ତି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଚଳରେ ଘଟିଛି। ମାତ୍ର କିଏ ଓ କଣ ପାଇଁ ଛୋଟ ଛୁଆଟିକୁ ଅପହରଣ କଲା, ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଖରାସାହାପୁର ଗାଁର ସୂର୍ଯ୍ୟକାନ୍ତ ମହାଳିକଙ୍କ ପୁଅ ଶୁଭଙ୍କର ଖରାସାହାପୁର ପ୍ରାଥମିକ ବିଦ୍ୟାଳୟରେ ପାଠ ପଢ଼ନ୍ତି। ସବୁଦିନ ପରି ଆଜି ସେ ସ୍କୁଲ ଯାଇଥିଲେ। ସ୍କୁଲ ଛୁଟି ପରେ ସେ ଚାଲି ଚାଲି ଶିକ୍ଷୟିତ୍ରୀଙ୍କ ସହିତ ଘରକୁ ଆସୁଥିଲେ। ଏହି ସମୟରେ ୩ ଜଣ ମହିଳା ଏକ ବୋଲେରୋରେ ଆସି ଶିକ୍ଷୟିତ୍ରୀଙ୍କୁ ମାରଣାସ୍ତ୍ର ଦେଖାଇ ଶୁଭଙ୍କରଙ୍କୁ ସାଥିରେ ନେଇଯାଇଥିଲେ।

ଶିକ୍ଷୟିତ୍ରୀ ଏନେଇ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରେ ପରିବାର ଲୋକେ ଏନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ପୁଲିସ ଶୁଭଙ୍କର କିମ୍ବା ଅଭିଯୁକ୍ତଙ୍କ ପତ୍ତା ଏଯାଏ ପାଇନାହିଁ।

Related story