ଟିକା ନେବା ପରେ ଶିଶୁର ମୃତ୍ୟୁ; ଏଏନ୍ଏମ୍ ଅଟକ

Ordigital Desk
  • Published: Thursday, 05 July 2018
  • , Updated: 05 July 2018, 11:12 AM IST
<p>ତେଲକୋଇ(ଓଡ଼ିଶା ରିପୋର୍ଟର): ଟିକା ଦେବା ପରେ ଶିଶୁର ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବାଂଶପାଳ ବ୍ଲକ୍ ପୁସ୍କଳା ଗାଁରେ। ଟିକା ଦେବାର କିଛି ଘଣ୍ଟା ପରେ ଶିଶୁଟିର ମୃତ୍ୟୁ ହୋଇଯାଇଥିଲା। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି। ଉତ୍ତ୍ୟକ୍ତ ଲୋକେ ଏଏନ୍ଏମ୍ କର୍ମୀଙ୍କୁ ଗାଁରେ ଅଟକ ରଖିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆସିବା ପରେ ଯାଇ ଏଏନ୍ଏମ୍ କର୍ମୀଙ୍କୁ ଛଡା ଯିବ ବୋଲି ଉତ୍ତ୍ୟକ୍ତ ଲୋକେ ଅଡି ବସିଛନ୍ତି।</p> <p>ଏନେଇ ମୃତ ଶିଶୁର ବାପା କହିଛନ୍ତି,&ldquo; ଗତକାଲି ଛୁଆକୁ ଟିକା ଦିଆଯାଇଥିଲା। ଟିକା ଦେଇ ଘରକୁ ଆସିଲା ପରେ ଇଞ୍ଜେକସନ୍ ଦିଆଯାଇଥିବା ଜାଗାରୁ ଦୁଇ ଥର ରକ୍ତ ବାହାରି ଥିଲା। ଏହାପରେ ଛୁଆର ବେକ ବୁଲି ଯାଇଥିଲା। କିଛି ଖାଦ୍ୟ ଖାଇଲା ନାହିଁ। ରାତି ସାଢ଼େ ଗୋଟାଏ ବେଳେ ଛୁଆଟିର ମୃତ୍ୟୁ ଘଟିଥିଲା।&rdquo;</p>

Related story