ଗାଁ ଦାଣ୍ଡ ହେଲା ଶେଷ ଖେଳ, ପୋଖରୀରେ ଜଗିଥିଲା ଯମ!

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୋଖରୀରେ ପଡ଼ିଗଲେ ଦୁଇ ଜଣ ପିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଛି। ଆଜି ଏପରି ଅଘଟଣ ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଘଟିଛି। କଣ୍ଟାବଲ୍ଲଭପୁର ବେହେରା ସାହିର ରାଜକିଶୋର ବେହେରାଙ୍କ ଝିଅ ମୋନାଲିସା ଓ ସଞ୍ଜୟ ବେହେରାଙ୍କ ପୁଅ ଶାଶ୍ୱତ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଗାଁ ଦାଣ୍ଡରେ ଖେଳୁଥିଲେ। […]

drownn-1

Manoranjan Sial
  • Published: Thursday, 06 February 2020
  • , Updated: 07 February 2020, 08:56 AM IST

ଜଗତସିଂହପୁର (ଶଶାଙ୍କ ଶେଖର ପଣ୍ଡା): ଗାଁ ଦାଣ୍ଡରେ ଖେଳୁଥିବା ବେଳେ ପୋଖରୀରେ ପଡ଼ିଗଲେ ଦୁଇ ଜଣ ପିଲା। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ଜଣକୁ ମୃତ ଘୋଷଣା କରିଛି। ଆଜି ଏପରି ଅଘଟଣ ଜଗତସିଂହପୁର ସଦର ଥାନା ଅଞ୍ଚଳରେ ଘଟିଛି।

କଣ୍ଟାବଲ୍ଲଭପୁର ବେହେରା ସାହିର ରାଜକିଶୋର ବେହେରାଙ୍କ ଝିଅ ମୋନାଲିସା ଓ ସଞ୍ଜୟ ବେହେରାଙ୍କ ପୁଅ ଶାଶ୍ୱତ ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଗାଁ ଦାଣ୍ଡରେ ଖେଳୁଥିଲେ। ଏହି ସମୟରେ ସେମାନେ ପାଖରେ ଥିବା ପୋଖରୀରେ ପଡ଼ି ଯାଇଥିଲେ। ତେବେ ପରିବାର ଲୋକେ ଛୁଆ ଦୁଇଙ୍କୁ ନପାଇ ପୋଖରୀରେ ଖୋଜିଥିଲେ। ପାଣିରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମୋନାଲିସାକୁ ମୃତ ଘୋଷଣା କରିଥିବା ବେଳେ ଶାଶ୍ୱତ ଗୁରୁତର ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ଚିକିତ୍ସା ଚାଲିଛି।

Related story