ରାଜଧାନୀରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କେନାଲ ବନ୍ଧ ପାଖରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତ ଶିଶୁର ପରିଚୟ ଜଣାପଡ଼ି ନାହିଁ। କଳାରାହାଙ୍ଗ ଓ ପଟିଆ ଷ୍ଟେସନ୍‌କୁ ସଂଯୋଗ କରୁଥିବା କେନାଲ୍‌ ବନ୍ଧ ପାର୍ଶ୍ୱରେ ଆଜି ଏକ ଦେଢ଼ରୁ ଦୁଇ ବର୍ଷର ରକ୍ତାକ୍ତ ମୃତଦେହ ପଡ଼ିଥିଲା। ମୃତ ଶିଶୁର ବେକ […]

child-death-in-bbsr

Manoranjan Sial
  • Published: Tuesday, 05 March 2019
  • , Updated: 05 March 2019, 04:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କେନାଲ ବନ୍ଧ ପାଖରୁ ଏକ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଛି। ଏ ସମ୍ପର୍କରେ ମଞ୍ଚେଶ୍ୱର ଥାନା ପୁଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତ ଶିଶୁର ପରିଚୟ ଜଣାପଡ଼ି ନାହିଁ।

କଳାରାହାଙ୍ଗ ଓ ପଟିଆ ଷ୍ଟେସନ୍‌କୁ ସଂଯୋଗ କରୁଥିବା କେନାଲ୍‌ ବନ୍ଧ ପାର୍ଶ୍ୱରେ ଆଜି ଏକ ଦେଢ଼ରୁ ଦୁଇ ବର୍ଷର ରକ୍ତାକ୍ତ ମୃତଦେହ ପଡ଼ିଥିଲା। ମୃତ ଶିଶୁର ବେକ ଓ ମୁହଁରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଛି। ସେଠାରେ ଗୋରୁ ଚରାଉଥିବା ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି। ପୁଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଆରମ୍ଭ କରିଛି।

Related story