ହଜିଲା ଶିଶୁକୁ ପାଇବା ପାଇଁ ହନୁମାନଙ୍କ ଶରଣ ପଶିଲେ ବାପା

କଟକ(ଓଡ଼ିଶା ରିପୋର୍ଟର): ପିଲାଟିଏ ପାଇଁ ମାଆ କୋଳ ସବୁଠାରୁ ନିରାପଦ ସ୍ଥାନ। କାହିଁକି ନା କୌଣସି  ବିପଦ ଏହାର ପାଖ ମାଡ଼ିପାରେ ନାହିଁ। ମାଆ ତା’ର ପଣତ କାନିରେ ଛୁଆକୁ ସବୁ ବିପଦରୁ ରକ୍ଷା କରିଥାଏ। ସେଥିପାଇଁ ଶିଶୁଟି ଜନ୍ମ ହେଲା ଦିନଠାରୁ ମାଆ ତା’ର ପଣତ କାନିରେ ତାକୁ ଢ଼ାଙ୍କି ରଖିଥାଏ। ଯେପରି ତା’ର ଶିଶୁ ଉପରକୁ କୌଣସି ବିପଦ ମାଡ଼ି ନ ଆସୁ। ଆଜି ସେହି ମାଆ କୋଳରୁ ତା’ର ଛୁଆକୁ ନେଇଯାଇଛି ଏକ […]

hanuman

Rakesh Mallick
  • Published: Saturday, 31 March 2018
  • , Updated: 31 March 2018, 04:36 PM IST

କଟକ(ଓଡ଼ିଶା ରିପୋର୍ଟର): ପିଲାଟିଏ ପାଇଁ ମାଆ କୋଳ ସବୁଠାରୁ ନିରାପଦ ସ୍ଥାନ। କାହିଁକି ନା କୌଣସି  ବିପଦ ଏହାର ପାଖ ମାଡ଼ିପାରେ ନାହିଁ। ମାଆ ତା’ର ପଣତ କାନିରେ ଛୁଆକୁ ସବୁ ବିପଦରୁ ରକ୍ଷା କରିଥାଏ। ସେଥିପାଇଁ ଶିଶୁଟି ଜନ୍ମ ହେଲା ଦିନଠାରୁ ମାଆ ତା’ର ପଣତ କାନିରେ ତାକୁ ଢ଼ାଙ୍କି ରଖିଥାଏ। ଯେପରି ତା’ର ଶିଶୁ ଉପରକୁ କୌଣସି ବିପଦ ମାଡ଼ି ନ ଆସୁ। ଆଜି ସେହି ମାଆ କୋଳରୁ ତା’ର ଛୁଆକୁ ନେଇଯାଇଛି ଏକ ମାଙ୍କଡ଼। କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ତାଳବସ୍ତ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଶିଶୁପୁତ୍ରଟି ଶୋଇଥିବା ବେଳେ ମାଙ୍କଡ଼ ଆସି ତାକୁ ଟେକି ନେଇ ଯାଇଥିଲା। ପୂରା ଘଟଣାଟି ତା’ ଆଖି ସାମ୍ନାରେ  ଘଟିଥିଲେ ମଧ୍ୟ ମାଆ କିଛି କରିପାରି ନଥିଲା।

ମାଆ କୋଳରୁ ଶିଶୁ ପୁତ୍ରକୁ ନେଇଯାଇଥିବା ମାଙ୍କଡକୁ ଠାବ କରିବାକୁ ବଡ଼ ଧରଣର ସର୍ଚ୍ଚ ଅପରେସନ ଚାଲିଛି। ଡମପଡ଼ା ଫରେଷ୍ଟ ରେଞ୍ଜର ସଂଗ୍ରାମ କେଶରୀ ମହାନ୍ତିଙ୍କ ନେତୃତ୍ୱରେ ଚାଲିଛି ବ୍ୟାପକ ଖୋଜାଲୋଡ଼ା। ବିନ ବିଭାଗର ଏକ ୩ ଜଣିଆ ଟିମ ନେତୃତ୍ୱରେ ୩୦ଜଣ କର୍ମଚାରୀ ଭିନ୍ନ ଭିନ୍ନ ସ୍ଥାନକୁ ଯାଇ ମାଙ୍କଡ଼ ଓ ପିଲାଟିକୁ ଖୋଜୁଛନ୍ତି।

ସୂଚନା ଅନୁସାରେ, ତାଳବସ୍ତ ଗାଁର ରାମକୃଷ୍ଣ ନାୟକଙ୍କ ୧୬ ଦିନର ଶିଶୁ ପୁତ୍ରକୁ ଆଜି ଭୋରରୁ ଏକ ମାଙ୍କଡ଼ ହଠାତ୍ ନେଇ ଯାଇଥିଲା। ଅଗଣାରେ ଶୋଇଥିବା ବେଳେ ମାଙ୍କଡଟି ନେଇ ଯାଇଥିବା ଶିଶୁର ମାଆ ଦେଖିଥିବା କହିଛନ୍ତି। ମାଙ୍କଡ଼ଟି ପିଲାଟିକୁ ନେଇ ପଳାଉଥିବା ବେଳେ କିଛି ଗାଁ ଲୋକ ମଧ୍ୟ ଦେଖିଥିବା କହିଛନ୍ତି। ସେପଟେ ପିଲାଟିକୁ ଫେରି ପାଇବା ପାଇଁ ଶିଶୁର ବାପା ସ୍ଥାନୀୟ ଏକ ହନୁମାନ ମନ୍ଦିରରେ ଗୁହାରିଆ ପଡିଛନ୍ତି। ଏହି ଘଟଣା ପରେ ଶିଶୁର ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ବନ କର୍ମଚାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହେଲା ଶିଶୁଟିକୁ କେମିତି ସୁରକ୍ଷିତ ଭାବରେ ମାଙ୍କଡ଼ କବଳରୁ ଉଦ୍ଧାର କରିବେ। ସମସ୍ୟା ହେଲା ଶିଶୁଟି କାନ୍ଦୁନାହିଁ। ଏହି କଥା ଶିଶୁଟିର ପରିବାର ପକ୍ଷରୁ ସୂଚନା ମିଳିଛି। ପିଲାଟି କାହିଁକି କାନ୍ଦୁନାହିଁ, ଏ ସମ୍ପର୍କରେ ଜାଣିବା ପାଇଁ  ବାପା ମାଆ  କିଛିଦିନ ତଳେ ମେଡିକାଲ ନେଇଥିଲେ। ଡାକ୍ତର ମଧ୍ୟ ଚିକିତ୍ସା କରିଥିବା ଶୁଣାଯାଉଛି। କଥାଟି ସତ ହୋଇଥିଲେ ବି କର୍ମଚାରୀଙ୍କ ସମସ୍ୟା ବଢ଼ିଗଲା ବୋଲି ଜାଣିବାକୁ ପଡ଼ିବ। କାରଣ ଶିଶୁଟି ଯଦି କାନ୍ଦନ୍ତା ତେବେ ମାଙ୍କଡ଼ ତାକୁ କେଉଁଠି ରଖିଛି କିମ୍ବା ମାଙ୍କଡ଼ଟି କୁଆଡ଼େ ଯାଉଛି ଜଣାପଡ଼ିଯାଆନ୍ତା।

Related story