ଲୁଗା ଦୋଳିରେ ଗୁଡ଼େଇ ହୋଇ ଗଲା ୭ ବର୍ଷ ଝିଅର ଜୀବନ

ଉଦଳା(ମାନସ ପାଣି): ଲୁଗାରେ ପ୍ରସ୍ତୁତ ଦୋଳି ଗୁଡ଼େଇ ହୋଇ ଗଲା ୭ ବର୍ଷ ଝିଅର ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଝିଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। କପ୍ତିପଦା ଥାନା ପେଡ଼ାଗଡ଼ି ଗାଁର ବିରେନ୍ଦ୍ର ନାୟକଙ୍କ ପରିବାର ଲୋକ ଆଜି ଅପରାହ୍ନ ପ୍ରାୟ ୩ଟା  ବେଳେ ଘରେ ଖାଉଥିଲେ। ଠିକ୍‌ ଏହି ସମୟରେ ବିରେନ୍ଦ୍ରଙ୍କ ୭ ବର୍ଷର ଝିଅ ମାମୁନି ଦାଣ୍ଡ ପିଣ୍ଡରେ ଲୁଗାରେ […]

child

  • Published: Tuesday, 09 August 2022
  • , Updated: 09 August 2022, 10:04 PM IST

ଉଦଳା(ମାନସ ପାଣି): ଲୁଗାରେ ପ୍ରସ୍ତୁତ ଦୋଳି ଗୁଡ଼େଇ ହୋଇ ଗଲା ୭ ବର୍ଷ ଝିଅର ଜୀବନ। ଆଜି ଏପରି ହୃଦୟବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଘଟିଛି। ଝିଅର ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

କପ୍ତିପଦା ଥାନା ପେଡ଼ାଗଡ଼ି ଗାଁର ବିରେନ୍ଦ୍ର ନାୟକଙ୍କ ପରିବାର ଲୋକ ଆଜି ଅପରାହ୍ନ ପ୍ରାୟ ୩ଟା  ବେଳେ ଘରେ ଖାଉଥିଲେ। ଠିକ୍‌ ଏହି ସମୟରେ ବିରେନ୍ଦ୍ରଙ୍କ ୭ ବର୍ଷର ଝିଅ ମାମୁନି ଦାଣ୍ଡ ପିଣ୍ଡରେ ଲୁଗାରେ ପ୍ରସ୍ତୁତ ଦୋଳିରେ ଝୁଲୁଥିଲେ। ଝୁଲିବା ବେଳେ ଲୁଗା ଦୋଳିଟି ମାମୁନିଙ୍କ ବେକରେ ଗୋଡ଼ାଇ ଯାଇଥିଲା। ସେ ସେହି ଦୋଳିରେ ଚେତା ହରାଇ ରହିଯାଇଥିଲା। ପରେ ପରିବାର ଲୋକେ ତାକୁ ଉଦ୍ଧାର କରି ଉଦଳା ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ବୋଲି ଘୋଷଣା କରିଥିଲେ।

Related story