ପାଇଖାନାରେ ପିଲା, ସ୍କୁଲରେ ତାଲା

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ):ଜଣେ ଛାତ୍ର ଟଏଲେଟରେ ଯାଇଥିବା ବେଳେ ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇ ଯାଇଛନ୍ତି। ପିଲାଟି ସ୍କୁଲ ଗେଟ୍ ନିକଟରେ କାନ୍ଦିବା ପରେ ଗ୍ରାମବାସୀ ପିଲାଟିକୁ ଉଦ୍ଧାର କରିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ସ୍କୁଲରେ। ପିଲାଟି ପ୍ରଥମ ଶ୍ରେଣୀର ଛାତ୍ର। ମିଳିଥିବା ସୂଚନା ଅନୁସାରେ, ପିଲାଟି ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପାଇଖାନା ଯାଇଥିଲା। ପିଲାଟି ପାଇଖାନାରୁ […]

tttttttttttttttttttt

Tapaswini Nayak
  • Published: Thursday, 12 September 2019
  • , Updated: 12 September 2019, 02:50 PM IST

ବାଲେଶ୍ୱର(ରଶ୍ମୀ ରଞ୍ଜନ ଦାସ):ଜଣେ ଛାତ୍ର ଟଏଲେଟରେ ଯାଇଥିବା ବେଳେ ସ୍କୁଲ ଗେଟରେ ତାଲା ପକାଇ ଶିକ୍ଷକ ଓ ପିଅନ ପଳାଇ ଯାଇଛନ୍ତି। ପିଲାଟି ସ୍କୁଲ ଗେଟ୍ ନିକଟରେ କାନ୍ଦିବା ପରେ ଗ୍ରାମବାସୀ ପିଲାଟିକୁ ଉଦ୍ଧାର କରିଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ସହର ମଠସାହି ମହାବୀର ନୋଡ଼ାଲ ସ୍କୁଲରେ। ପିଲାଟି ପ୍ରଥମ ଶ୍ରେଣୀର ଛାତ୍ର।

ମିଳିଥିବା ସୂଚନା ଅନୁସାରେ, ପିଲାଟି ଗତକାଲି ସ୍କୁଲ ଛୁଟି ହେବାର କିଛି ସମୟ ପୂର୍ବରୁ ପାଇଖାନା ଯାଇଥିଲା। ପିଲାଟି ପାଇଖାନାରୁ ଆସିବା ପୂର୍ବରୁ ସ୍କୁଲ ଛୁଟି ହୋଇଯାଇଥିଲା। ଶିକ୍ଷକ ଓ ପିଅନ୍ ଗେଟରେ ତାଲା ପକାଇ ନିଜ ନିଜ ଘରକୁ ପଳାଇ ଯାଇଥିଲେ। ତେବେ ପିଲାଟି ବ୍ୟାଗ୍ କ୍ଲାସ୍ ରୁମରେ ଥିବା କାହାର ନଜର ପଡ଼ିନଥିଲା। ହେଲେ ଛୁଆଟି ପାଇଖାନରୁ ଫେରି ସ୍କୁଲ ଗେଟରେ ତାଲା ପଡ଼ିଥିବା ଦେଖିଥିଲା। ଏହାପରେ ସେ କିଛି ଉପାୟ ନ ପାଇ ବଡ଼ ଜୋରରେ କାନ୍ଦିଥିଲା। ଛୁଆଟିର କାନ୍ଦଣା ସ୍ଥାନୀୟ ଲୋକଙ୍କ କାନରେ ପଡ଼ିଥିଲା। ସେମାନେ ତୁରନ୍ତ ପିଅନକୁ ଡକାଇ ଗେଟରେ ତାଲା ଖୋଲି ଥିଲେ।

ତେବେ ସ୍କୁଲ ଶିକ୍ଷକ ଏବଂ ପିଅନଙ୍କ ଏଭଳି ଦାୟିତ୍ୱ ହୀନତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏ଼ଘଟଣାକୁ ନେଇ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ଅଜବ ଯୁକ୍ତି ବାଢ଼ିଛନ୍ତି। ସେ କହିଛନ୍ତି,“ ପ୍ରତିଦିନ ଜଣେ, ଦୁଇ ଜଣ ପିଲାଙ୍କୁ ସ୍କୁଲରେ ତାଲା ପକାଇ ରଖୁ। ସ୍କୁଲଟି ରାସ୍ତା କଡ଼ରେ ହୋଇଥିବାରୁ ଅଭିଭାବକ ଆସିଲେ ପିଲାଙ୍କୁ ଆମେ ଛାଡ଼ୁ। ଯେଉଁଦିନ ଅଭିଭାବକ ନ ଆସିଥାନ୍ତି, ଆମେ ସେ ପିଲାଙ୍କୁ ଏମିତି ରଖୁ।”

ସେ ଆହୁରି କହିଛନ୍ତି,“ କାଲି ବି ଆମେ ଜଣେ ପିଲାକୁ ସ୍କୁଲରେ ରଖିଥିଲୁ। ସ୍କୁଲ ଗେଟରେ ତାଲା ପକାଇ ପିଲାକୁ ବାହାରେ ଜଗିଥିଲୁ।
ଚାବି ପକାଇବା କଥା ମୁଁ ଓ ମୋ ଷ୍ଟାଫ୍ ଜାଣିଥିଲୁ।”

Related story