ଘର ନିକଟରୁ ଗାଏବ ହୋଇଯାଇଥିଲା; ୨ ଦିନ ପରେ ମିଳିଲା ଶିଶୁ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଘର ନିକଟରେ ଖେଳୁଥିବା ବେଳେ  ଗତ ୧୬ ତାରିଖରୁ ନିଖୋଜ ହୋଇଯାଇଥିବା ଶିଶୁପୁତ୍ର ଆଜି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଘର ଠାରୁ ୩ କିମି ଦୂର କଇଥପଦର ଗାଁରେ ଥିବା ଏକ ନିର୍ମାଣାଧିନ ଘରୁ ସଂପର୍କୀୟମାନେ ପିଲାଟିକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ତାକୁ କିଏ ଓ କାହିଁକି ଅପହରଣ କରିଥିଲା ତାହା ଏବେ ବି ସନ୍ଦେହ ଘେରରେ ରହିଛି। ସୂଚନାଯୋଗ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ  ଗଜପତି ଜିଲ୍ଲା କାଶୀନଗର […]

parala-1

Niharika Rout
  • Published: Friday, 18 December 2020
  • , Updated: 18 December 2020, 01:41 PM IST

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ଘର ନିକଟରେ ଖେଳୁଥିବା ବେଳେ  ଗତ ୧୬ ତାରିଖରୁ ନିଖୋଜ ହୋଇଯାଇଥିବା ଶିଶୁପୁତ୍ର ଆଜି ସୁରକ୍ଷିତ ଭାବେ ଉଦ୍ଧାର ହୋଇଛି। ଘର ଠାରୁ ୩ କିମି ଦୂର କଇଥପଦର ଗାଁରେ ଥିବା ଏକ ନିର୍ମାଣାଧିନ ଘରୁ ସଂପର୍କୀୟମାନେ ପିଲାଟିକୁ ଉଦ୍ଧାର କରିଥିବା ଜଣାଯାଇଛି। ତେବେ ତାକୁ କିଏ ଓ କାହିଁକି ଅପହରଣ କରିଥିଲା ତାହା ଏବେ ବି ସନ୍ଦେହ ଘେରରେ ରହିଛି।

ସୂଚନାଯୋଗ୍ୟ, ଗତ ୧୬ ତାରିଖ ସନ୍ଧ୍ୟାରେ  ଗଜପତି ଜିଲ୍ଲା କାଶୀନଗର କୁମୁଟିସାହିସ୍ଥିତ କୁମୁଟି ସାହିର ଯାମ୍ମି ମନ୍ମଧାଙ୍କ ପୁଅ ଯାମ୍ମି ହାର୍ଦ୍ଦିକ ଘର ନିକଟରେ ଖେଳୁଥିଲା। ମାତ୍ର  ୨ ଜଣ ଅଜଣା ବ୍ୟକ୍ତି ଆସି ବାଇକ୍‌ରେ ଛୁଆଟିକୁ ନେଇଯାଇଥିବା ପିଲାର ସାଙ୍ଗ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ।

ଖବର ପାଇ କାଶୀନଗର ଥାନା ପୁଲିସ୍‌ ସମେତ ଗଜପତି ଏସ୍‌ପି ପହଞ୍ଚି ଛାନଭିନ କରିଥିଲେ ମଧ୍ୟ ନିଖୋଜ ଛୁଆର ସନ୍ଧାନ ମିଳିପାରି ନ ଥିଲା।   ଆଜି ହାର୍ଦ୍ଧିକଙ୍କ ମଉସା ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ କାଠପଦରରେ ନିର୍ମାଣାଧିନ କୋଠାଘରେ ପହଞ୍ଚି ଖୋଜିଥିଲେ । ସେଠାରେ ଥିବା ଗୋଦାମ ଘର ଖୋଲି ଦେଖିବାରୁ ହାର୍ଦ୍ଧିକ ସେଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହାପରେ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ। ହାର୍ଦ୍ଧିକଙ୍କୁ ପାଇବା ପରେ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି ।

ଖବର ପାଇ ପୁଲିସ୍‌ ପହଞ୍ଚି ପିଲାଟିର ଡାକ୍ତରୀ ପରୀକ୍ଷା କରାଇ ଅଧିକ ତଦନ୍ତ ଚଳାଇଛି।  ଚାଇଲ୍ଡ ଲାଇନ୍ ଟିମ୍ ମଧ୍ୟ ପହଞ୍ଚି ତଦନ୍ତ କରିଛି । ଯାମ୍ମି ମନ୍ମଧା ଜଣେ କାଜୁ ବ୍ୟବସାୟୀ ହୋଇଥିବାରୁ ପୁଅ ନିଖୋଜ ପଛରେ ଅପହରଣ ନା ଆଉ କିଛି କାରଣ ଅଛି, ତାକୁ ନେଇ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

Related story