‘ବିଜେଡିକୁ ପୁରୀ ସମୁଦ୍ର ଭିତରକୁ ପେଲିଦେବୁ’

ପୁରୀ(ଓଡ଼ିଶା ରିପୋର୍ଟର): ବିଜେଡିକୁ ପୁରୀ ସମୁଦ୍ର ଭିତରକୁ ପେଲିଦେବୁ। ଆଜି ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଏହା କହିଛନ୍ତି। ସେ କହିଛନ୍ତି, ଆମେ କେନ୍ଦ୍ରରେ ଆସିଗଲୁଣି। ଆଉଥରେ ମୋଦିଜୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ତେଣୁ ଏବେ ଆମର ବଦଲା ନେବାର ସମୟ ଆସିଛି। ବିଚାରଧାରା ଆଧାରରେ ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ବିଜେଡି ସହ ୯ ବର୍ଷ ଶାସନରେ ଥିଲୁ। ଆମେ ବିଜେଡି […]

jual

jual

Niranjan Mishra
  • Published: Tuesday, 13 September 2022
  • Updated: 13 September 2022, 09:56 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ବିଜେଡିକୁ ପୁରୀ ସମୁଦ୍ର ଭିତରକୁ ପେଲିଦେବୁ। ଆଜି ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିରର ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ ଏହା କହିଛନ୍ତି। ସେ କହିଛନ୍ତି, ଆମେ କେନ୍ଦ୍ରରେ ଆସିଗଲୁଣି। ଆଉଥରେ ମୋଦିଜୀ ମଧ୍ୟ ପ୍ରଧାନମନ୍ତ୍ରୀ ହେବେ। ତେଣୁ ଏବେ ଆମର ବଦଲା ନେବାର ସମୟ ଆସିଛି। ବିଚାରଧାରା ଆଧାରରେ ଆମେ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ। ବିଜେଡି ସହ ୯ ବର୍ଷ ଶାସନରେ ଥିଲୁ। ଆମେ ବିଜେଡି ସହ ମିଶି ମିଳିତ ସରକାର କରିଥିଲୁ। ସେମାନେ ଡୁବି ଯାଉଥିବା ବେଳେ ୧୯୯୭-୯୮ରେ ଶାସନରେ ବସାଇଥିଲୁ। ତାଙ୍କୁ ପୁଣି ଥରେ ପୁରୀ ସମୁଦ୍ରକୁ ପେଲି ଦେବୁ। ଶ୍ରୀଓରାମଙ୍କ ଏଭଳି ପ୍ରତିକ୍ରିୟା ଏବେ ରାଜନୈତିକ ମହଲରେ ଆଲୋଚନାର ବିଷୟ ହୋଇଛି। କାରଣ ୨୦୨୪ ନିର୍ବାଚନ ପାଇଁ ବିଜେପି ଏବେ ଫୁଲ୍ ଦମ୍‌ରେ ଥିବା ଦେଖାଯାଉଛି।

ଶାହଙ୍କ ମିଶନ ୧୨୦ ପ୍ଳସ୍ ହାସଲ ପାଇଁ ବିଜେପି ଆରମ୍ଭ କରିଛି ଗ୍ରାଉଣ୍ଡ ଓ୍ୱାର୍କ। ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ଆଜିଠୁ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର। ପ୍ରଥମ ଦିନରେ ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟଙ୍କ ସହ ସବୁ ଜିଲ୍ଲା ସଭାପତି, ପ୍ରଭାରୀ ଏବଂ ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ ଦଳକୁ ଜିତାଇବାକୁ ହେଲେ କରିବାକୁ ଥିବା କାମ ବିଷୟରେ ଶିକ୍ଷା ନେଇଛନ୍ତି।

ସେମାନଙ୍କ କ୍ଲାସ୍ ନେଇଛନ୍ତି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ, ସଭାପତି ସମୀର ମହାନ୍ତି, ସାଂସଦ ପ୍ରତାପ ଷଡଙ୍ଗୀ ଓ ଜାତୀୟ ପ୍ରଶିକ୍ଷଣ ଇନଚାର୍ଜ ହେମନ୍ତ ଗୋସ୍ୱାମୀ। ସଂଗଠନ ସଜାଡିବାକୁ ଆରମ୍ଭ ହୋଇଛି ପ୍ରୟାସ। ସୋସିଆଲ ମିଡିଆ ଷ୍ଟ୍ରାଟେଜିକୁ ଗୁରୁତ୍ୱ ଦେଉଛି ଦଳ। କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତଳ ସ୍ତର ଲୋକଙ୍କ ପାଖରେ ପହଞ୍ଚାଇବା ସହ ସେମାନଙ୍କୁ ସଚେତନ କରିବାକୁ ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କୁ ଶିଖାଯାଉଛି କୌଶଳ। ଏହାସହ କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମନରେ ଥିବା ଅନେକ ଦ୍ୱନ୍ଦ୍ୱକୁ ସାମ୍ନା କରିଛନ୍ତି କେନ୍ଦ୍ରୀୟ ନେତୃତ୍ୱ।

ବୈଠକ ପରେ  ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ କହିଛନ୍ତି, ଏହି ପ୍ରଶିକ୍ଷଣ ଶିବିର ଆଗକୁ ଇତିହାସ ହୋଇଯିବ। ଏହି ଲକ୍ଷ୍ୟ ନେଇ ପ୍ରଶିକ୍ଷଣ ଦିଆଯାଇଛି।

ଆସନ୍ତାକାଲି କାର୍ଯ୍ୟକର୍ତ୍ତାକୁ ସଂଗଠନର ପାଠ ପଢାଇବେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ। ୟୁପି ସଫଳତାର ଫର୍ମୁଲାରେ ଓଡ଼ିଶାରେ କେମିତି ମଜଭୁତ ହେବ ସଂଗଠନ ଓ ସଜାଡି ହେବ ବୁଥ୍? ସେ ନେଇ ରଣନୀତି ବତାଇବେ। ଆଉ ଟାକ୍ସ ବି ଦେବେ। ଶେଷ ଦିନ ଅର୍ଥାତ ୧୫ ତାରିଖରେ ମନ୍ତ୍ର ଦେବେ ଦଳର ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ। ତେବେ ବିଜେପିର ଏହି ପ୍ରଶିକ୍ଷିଣ ଶିବିର ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବନି କହିଛନ୍ତି ବିଜେଡି ଓ କଂଗ୍ରେସ।

[caption id="attachment_766278" align="aligncenter" width="650"] ବିଜେପିର ପୁରୀ ଠାରେ ଆରମ୍ଭ ହୋଇଥିବା ପ୍ରଶିକ୍ଷିଣ ଶିବିର।[/caption]

ସେପଟେ ଆସନ୍ତା ୨୯ରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ତେଣୁ ଏଥିରୁ ସ୍ପଷ୍ଟ ହୋଇଛି ଯେ, ପ୍ରଶିକ୍ଷିଣ ଶିବିର ପରେ ୨୦୨୪ ନିର୍ବାଚନ ପ୍ରସ୍ତୁତିକୁ ଜୋରଦାର କରିବା ଚକ୍କରରେ ରହିଛି ବିଜେପି।

ବିଜେଡି ସାଂସଦ ମୁନା ଖାଁ କହିଛନ୍ତି, ଗତ ନିର୍ବାଚନରେ ମଧ୍ୟ ତାଙ୍କର ୧୨୦ ମିଶନ ଥିଲା। ଅନେକ ମନ୍ତ୍ରୀ ଆସିଥିଲେ, ପ୍ରଶିକ୍ଷଣ ଶିବିର ହୋଇଥିଲା। ହେଲେ ସ୍ୱପ୍ନ ଅଧୁରା ରହିଗଲା। ଆସନ୍ତା ନିର୍ବାଚନକୁ ବିଜେପି ନିଜର ସ୍ଥିତି ବଞ୍ଚାଇବା ମୁସକିଲ ହୋଇପଡ଼ିବ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ବିଜେପିର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କିଛି କାମ କରିବନି। ଆସନ୍ତା ନିର୍ବାଚନରେ ବିଜେଡି ଓ କଂଗ୍ରେସ ଭିତରେ ଫାଇଟ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos