ନିଖୋଜ ଶିଶୁର ମୃତଦେହ ଉଦ୍ଧାର ଘଟଣା, ବଳି ସନ୍ଦେହ

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର  ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର ଘଟଣାର ମୋଡ଼ ବଦଳିଛି। ଶିଶୁଟିକୁ ବଳି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଶିଶୁର ନାଁ ଜିତୁ ସ୍ୱାଇଁ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ଲକ୍ଷ୍ମୀନଗରପଡ଼ାର ଝଗଡୁ ସ୍ୱାଇଁଙ୍କ ପୁଅ ଜିତୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ସନ୍ଧ୍ୟା […]

child-death

Jyoshna Pradhan
  • Published: Saturday, 25 May 2019
  • , Updated: 25 May 2019, 02:41 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର):ବଲାଙ୍ଗିର ଟାଉନ୍‌ ଥାନା ଅନ୍ତର୍ଗତ ଲକ୍ଷ୍ମୀନଗର ପଡ଼ାର  ନିଖୋଜ ହୋଇଥିବା ଜଣେ ୫ ବର୍ଷର ଶିଶୁର ମୃତଦେହ ଉଦ୍ଧାର ଘଟଣାର ମୋଡ଼ ବଦଳିଛି। ଶିଶୁଟିକୁ ବଳି ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ଶିଶୁର ନାଁ ଜିତୁ ସ୍ୱାଇଁ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତକାଲି ସକାଳ ପ୍ରାୟ ୧୦ଟା ବେଳେ ଲକ୍ଷ୍ମୀନଗରପଡ଼ାର ଝଗଡୁ ସ୍ୱାଇଁଙ୍କ ପୁଅ ଜିତୁ ନିଖୋଜ ହୋଇଯାଇଥିଲେ। ଏହାପରେ ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ପରେ ସନ୍ଧ୍ୟା ୭ଟାରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ।  ତେବେ ଜିତୁର ମୃତଦେହ  ତାଙ୍କ ଘରଠାରୁ ତିନି ଶହ ମିଟର ଦୂରରେ ଥିବା ଏକ ତିନି ଫୁଟ୍‌ ଗଭୀର ନାଳ ନିକଟରେ ରାକ୍ତକ୍ତ ଅବସ୍ଥାରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ତେବେ ଶିଶୁଟି ବଞ୍ଚିଥିବା ଭାବି ପରିବାର ଲୋକକେ ସଙ୍ଗେ ସଙ୍ଗେ ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ଜିତୁକୁ ମୃତ ଘୋଷଣା କରିଥିଲେ। ଏହାପରେ ରାତି ୯ଟା ୩୦ରେ ପରିବାର ଲୋକେ ପୁଅକୁ ହତ୍ୟା କରାଯାଇଥିବା ନେଇ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ମୃତ ଶିଶୁର ମାଆ ସୁଶିଲା ସ୍ୱାଇଁ କହିଛନ୍ତି,“ ଦୁଇ ଦିନ ପୂର୍ବରୁ ମୋ ପୁଅ ମୋତେ କହିଥିଲା ଯେ, ମୋ ତଣ୍ଟିକୁ ତାଙ୍କର ଜଣେ ପଡ଼ୋଶୀ ଚିପି ମାରିବା ପାଇଁ ଉଦ୍ୟମ କରିଥିଲେ। ଯେଉଁଠି କିଛି ତନ୍ତ୍ରମନ୍ତ୍ର ସମ୍ପର୍କିତ ସାମଗ୍ରୀ ଥିଲା।

ବଲାଙ୍ଗିର ଏସ୍‌ଡିପିଓ ଶ୍ରୀମନ୍ତ ବାରିକ କହିଛନ୍ତି,“ଗତକାଲି ରାତି୯ଟା ୩୦ରେ ପୁଅ ନିଖୋଜ ଥିବା ନେଇ ମୃତ ଶିଶୁଙ୍କ ପରିବାର ଲୋକେ ଥାନା ଅଭିଯୋଗ କରିଥିଲେ। ଏନେଇ ଏକ ମାମଲା ରୁଜୁ ହୋଇଥିଲା। ତୁରନ୍ତ ଏକ ପୁଲିସ୍ ଟିମ୍‌ ଶିଶୁଟିକୁ ଖୋଜା ଖୋଜି କରିଥିଲା। ହେଲେ ଖୋଜାଖୋଜି କରିବା ସମୟରେ ଶିଶୁର ମୃତଦେହ  ଉଦ୍ଧାର କରାଯାଇଥିଲା। ମୃତଦେହକୁ ଶବବ୍ୟବଚ୍ଛେଦ ପାଇଁ ପଠାଯାଇଛି। ରିପୋର୍ଟ ଆସିଲା ପରେ ଘଟଣା ସମ୍ପର୍କରେ ଜଣାପଡ଼ିବ। ତେବେ ଶିଶୁର ପରିବାର ଲୋକେ ଯେଉଁ ଅଭିଯୋଗ କରୁଛନ୍ତି, ତାକୁ ତଦନ୍ତ ପରିସରଭୁକ୍ତ କରାଯିବ।”

Related story