ପରିବା ବିକାଳି ଝୁଡ଼ିରେ ଶିଶୁ, ଧରିଦେଲେ ଗାଁ ଲୋକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରିବା ବିକିବାକୁ ଆସି ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ପରିବା ବିକାଳିକୁ ପୁଲିସ୍‌ ଜିମା ଦେଇଛନ୍ତି ଲୋକେ । ହେଲେ ଧରା ପଡ଼ିବାରୁ ମୁଁ ପିଲାକୁ ବୁଲାଇବାକୁ ନେଇଥିଲି, ଚୋରି କରିବାକୁ ନୁହେଁ ବୋଲି ସଫେଇ ଦେଇଛି ପରିବା ବିକାଳିଜଣକ । ଏମିତି ଏକ ଘଟଣାକୁ ନେଇ ନୟାଗଡ଼ ଶରଣକୁଳ ଥାନା ପାଇକଗଡ଼ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି  । ଖବର ଅନୁସାରେ, ଗତକାଲି ଗାଁର ଅଜୟ ମୁଦୁଲିଙ୍କ ୩ ବର୍ଷର […]

man

Niharika Rout
  • Published: Tuesday, 10 May 2022
  • , Updated: 10 May 2022, 09:51 AM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ପରିବା ବିକିବାକୁ ଆସି ପିଲା ଚୋରି କରୁଥିବା ସନ୍ଦେହରେ ଜଣେ ପରିବା ବିକାଳିକୁ ପୁଲିସ୍‌ ଜିମା ଦେଇଛନ୍ତି ଲୋକେ । ହେଲେ ଧରା ପଡ଼ିବାରୁ ମୁଁ ପିଲାକୁ ବୁଲାଇବାକୁ ନେଇଥିଲି, ଚୋରି କରିବାକୁ ନୁହେଁ ବୋଲି ସଫେଇ ଦେଇଛି ପରିବା ବିକାଳିଜଣକ । ଏମିତି ଏକ ଘଟଣାକୁ ନେଇ ନୟାଗଡ଼ ଶରଣକୁଳ ଥାନା ପାଇକଗଡ଼ ଗ୍ରାମରେ ଚାପା ଉତ୍ତେଜନା ଦେଖା ଦେଇଛି  ।

ଖବର ଅନୁସାରେ, ଗତକାଲି ଗାଁର ଅଜୟ ମୁଦୁଲିଙ୍କ ୩ ବର୍ଷର ଝିଅ ଗାଁ ଦାଣ୍ଡରେ ଖେଳୁଥିଲା। ଏହି ସମୟରେ ପରିବା ବିକ୍ରି କରିବାକୁ ଆସିଥିବା ରଙ୍କ ମହାରଣା ଝିଅଟିକୁ ନିଜ ପରିବା ବୋଝରେ ପକାଇ ଉପରେ ଅଖା ଘୋଡ଼ାଇ ନେଇ ପଳାଇଥିଲା। ବିକାଳିଜଣକ ଗାଁ ଅତିକ୍ରମ କରି ଶରଣକୁଳ ମାର୍କେଟ ପାଖାପାଖି ହୋଇଯାଇଥିବା ବେଳେ ପିଲାଟି କାନ୍ଦିବାରୁ ସ୍ଥାନୀୟ ଲୋକେ ତାକୁ ଅଟକାଇଥିଲେ। ଏହାପରେ ପିଲାଟିକୁ ଉଦ୍ଧାର କରିଥିବା ବେଳେ  ସ୍ଥାନୀୟ ଲୋକେ  ପରିବା ବେପାରୀକୁ ଶରଣକୁଳ ପୁଲିସ୍‌ ଜିମା ଦେଇଥିଲେ l

ପୁଲିସ୍‌ ଏହି ଘଟଣାରେ ରଙ୍କକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ପିଲାଟିକୁ ଜାଣି ନ ଥିବା ବେଳେ କିପରି ଓ କାହିଁକି ନେଇଯାଉଥିଲ ବୋଲି ପଚାରିବାରୁ ପିଲାଟି କହିବାରୁ ତାକୁ ବୁଲାଇ ନେଇ ଛାଡ଼ିବାକୁ ନେଉଥିଲି ବୋଲି କହିଥିଲା। ହେଲେ ଏହା ବିଶ୍ୱାସଯୋଗ୍ୟ ନ ହେବାରୁ ତାକୁ ପୁଲିସ୍‌ ତନାଘନା ପଚରାଉଚରା କରିବା ସହ ଏଥିରେ ଆଉ କିଏ କିଏ ଏଥିରେ ସମ୍ପୃକ୍ତ ଅଛନ୍ତି, ଜାଣିବାକୁ ଚେଷ୍ଟା ଚଳାଇଛି।

ନୟାଗଡ ଜ଼ିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ  ଚିନ୍ତାରେ  ପକାଇଛି l ପୂର୍ବରୁ  ବହୁ ଶିଶୁ ଚୋରି ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ଘଟଣାକୁ ଜିଲ୍ଲା ପ୍ରଶାସନ ଗମ୍ଭୀରତାର ସହ ନେବାକୁ ଦାବି ହୋଇଛି l

Related story