ଦକ୍ଷିଣ ଓଡ଼ିଶାରେ ପିଲା ଚୋରି ଆତଙ୍କ: ୨୪ ଘଣ୍ଟାରେ ୩ଟି ସ୍ଥାନରେ ଅଜଣା ଯୁବକଙ୍କୁ ନିସ୍ତୁକ ମାଡ଼
Ordigital Desk
• Published: Sunday, 27 May 2018
• , Updated: 27 May 2018, 08:24 PM IST
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଲା ଚୋରି ଗୁଜବକୁ ନେଇ ସାରା ଦକ୍ଷିଣ ଓଡ଼ିଶାରେ ଆତଙ୍କ।  ସନ୍ଦେହଜନକ ଅବସ୍ଥାରେ ଯାହାକୁ ଦେଖିଲେ ନିସ୍ତୁକ ମାଡ଼ ମାରି ଲହୁଲୁହାଣ କରି ଦେଉଛନ୍ତି ଲୋକେ।  ନୟାଗଡ, ରାୟଗଡ଼ା ଓ ବ୍ରହ୍ମପୁର ଗତ ୨୪ଘଣ୍ଟା ଭିତରେ ନଜରକୁ ଆସିଲାଣି ଏଭଳି ତିନି ତିନିଟି ଘଟଣା। ତା’ସାଙ୍ଗକୁ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ପିଲା ଚୋରଙ୍କ ସମ୍ପର୍କରେ ଅନେକ ଲୋମଟାଙ୍କୁରା ଭିଡିଓ। ପୋଲିସ୍ ଡିଜି ଏସବୁକୁ ଗୁଜବ ବୋଲି କହିବା ସହ ଆଇନକୁ ହାତକୁ ନ ନେବାକୁ ପରାମର୍ଶ ଦେଇଛନ୍ତି।
ଗତ କିଛି ଦିନ ହେଲା ବିଭିନ୍ନ ସୋସିଆଲ ମିଡିଆରେ ପିଲା ଚୋର ସମ୍ପର୍କରେ କିଛି ଅଜବ କଥା ସାଙ୍ଗକୁ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ ହେବାରେ ଲାଗିଛି। ଏହାକୁ ଦେଖିବା ପରେ ଦକ୍ଷିଣ ଓଡ଼ିଶାର ଗାଁ ଗାଁରେ ଭୟର ବାତାବରଣ ଦେଖା ଦେଇଛି। ଲୋକେ ଅଜଣା ଲୋକଙ୍କୁ ଦେଖିବା ମାତ୍ରେ ପିଲାଚୋର ବୋଲି ଭାବି ନେଉଛନ୍ତି। ଏମିତିକି କିଛି ସ୍ଥାନରେ ଏଭଳି ଆଶଙ୍କା କରି ଅଜଣା ଲୋକଙ୍କୁ ମାଡ଼ ମଧ୍ୟ ମାରିଛନ୍ତି। ରାୟଗଡ଼ାର ଜେମାଦେଇପୁର ଓ ରାଣୀଗୁଡ଼ା ଫାର୍ମ ଅଞ୍ଚଳରେ ଦୁଇଜଣ ସନ୍ଦିଗ୍ଧ ଯୁବକଙ୍କୁ ପିଲାଚୋର ଭାବି ମାଡ଼ ମାରି ପୋଲିସ ଜିମା ଦେଇଛନ୍ତି ଲୋକେ।
ବ୍ରହ୍ମପୁରରେ ମଧ୍ୟ ୬ ଜଣ ଅଣଓଡିଆ ଯୁବକଙ୍କୁ ନିର୍ଦ୍ଧୁମ ପିଟିଛନ୍ତି ଗେଟ୍ ବଜାର ଅଞ୍ଚଳର ଲୋକେ। ଗତକାଲି ବିଳମ୍ବିତ ରାତିରେ ଏମାନେ ସନ୍ଦେହଜନକ ଅବସ୍ଥାରେ ବୁଲୁଥିବାବେଳେ ସେମାନଙ୍କୁ ସ୍ଥାନୀୟ ଲୋକେ ପରିଚୟ ପଚାରିଥିଲେ। ହେଲେ ସେମାନେ ପ୍ରଶ୍ନ ବୁଝିପାରି ନ ଥିଲେ କି ଉତ୍ତର ଦେଇ ପାରି ନ ଥିଲେ। ଫଳରେ ଲୋକେ ସେମାନଙ୍କୁ ପ୍ରବଳ ପିଟିଥିଲେ। ସେହିପରି ନୟାଗଡ଼ ସଦର ଥାନା ଅଞ୍ଚଳରେ ଆଜି ଜଣେ ଯୁବକକୁ ପିଲା ଚୋରି ଅଭିଯୋଗରେ ନିସ୍ତୁକ ମାଡ଼ ମାରିଛନ୍ତି ଗାଁ ଲୋକେ।
ସାରା ଦକ୍ଷିଣ ଓଡ଼ିଶାରେ ଗତ କିଛି ଦିନ ହେଲା ପିଲା ଚୋର ଗୁଜବ ବ୍ୟାପିବା ଯୋଗୁଁ ଲୋକଙ୍କ ଭିତରେ ଆତଙ୍କ ଦେଖାଦେଇଛି।  ଭୟରେ ରାତି କ’ଣ ଦିନବେଳା ବି ଗାଁ ଗାଁରେ ପଡ଼ି ଯାଉଛି ତାଟି କବାଟ। ପାରଳାଖେମୁଣ୍ଡିରେ ରାତି ଉଜାଗର ରହି ଠେଙ୍ଗା ବାଡ଼ି ଧରି ଚୋର ଜଗୁଛନ୍ତି ଗାଁ ଲୋକେ।
ଅନ୍ୟପକ୍ଷରେ ଏଭଳି ଗୋଟିଏ ପରେ ଗୋଟିଏ ଅପ୍ରୀତିକର ଘଟଣା ପଦାକୁ ଆସିବା ପରେ ଏବେ ପୋଲିସ ପାଇଁ ଚିନ୍ତା ବଢ଼ିଛି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ପିଲା ଚୋରି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସ୍ଥାନରୁ ନିର୍ଦ୍ଦିଷ୍ଟ ଲିଖିତ ଅଭିଯୋଗ ଆସିନାହିଁ। ସୋସିଆଲ ମିଡିଆରେ ବୁଲୁଥିବା ଭିଡିଓ ଓ ଖବର ଗୁଜବ। ଯଦି କେଉଁଠି କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଜରକୁ ଆସୁଛନ୍ତି ତେବେ ତୁରନ୍ତ ପୋଲିସକୁ ଖବର ଦେବା ଦରକାର। ପିଲା ଚୋରି ଅଭିଯୋଗରେ ମାଡ଼ ମାରି ଆଇନକୁ ହାତକୁ ନେବା ଏକ ଅପରାଧ।
ପୂର୍ବରୁ ଓଡ଼ିଶାରେ ପିଲାଚୋରି ଅଭିଯୋଗରେ ଲୋକଙ୍କ ଆକ୍ରୋଶର ଶିକାର ସମ୍ପର୍କରେ ଅନେକ ଘଟଣା ପଦାକୁ ଆସିଥିଲେ ମଧ୍ୟ ୨୦୧୫ ଏପ୍ରିଲ୍ ୯ ତାରିଖରେ କୋରାପୁଟ ଜିଲ୍ଲା ବାଲିଆରେ ୪ଜଣ ଯୁବକଙ୍କୁ ପିଲା ଚୋରି ଅଭିଯୋଗରେ ପିଟି ପିଟି ହତ୍ୟା କରିଥିଲେ ସ୍ଥାନୀୟ ଲୋକେ।
https://youtu.be/DWAynDN6VCE
Related story