୨ବର୍ଷରୁ ବଡ଼ ଶିଶୁ ପିନ୍ଧିବେ ମାସ୍କ, ଲକ୍ଷଣ ଦେଖାଦେଲେ ଟେଷ୍ଟ ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳା, ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ନୂଆ ଗାଇଡଲାଇନ୍ ଜାରି କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପରାମର୍ଶ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିବାରୁ ୨ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ପିଲାମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର […]

mask

Ordigital Desk
  • Published: Thursday, 13 May 2021
  • , Updated: 13 May 2021, 11:09 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀର ଦ୍ୱିତୀୟ ଲହର ରାଜ୍ୟରେ ଭୟାବହ ପରିସ୍ଥିତି ସୃଷ୍ଟି କରିଥିବାବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗର୍ଭବତୀ ମହିଳା, ଶିଶୁ ଓ କିଶୋରଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବାପାଇଁ ନୂଆ ଗାଇଡଲାଇନ୍ ଜାରି କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ପରାମର୍ଶ ଦେଇଛନ୍ତି। କରୋନାର ଦ୍ୱିତୀୟ ଲହରରେ ଶିଶୁମାନେ ସଂକ୍ରମିତ ହେଉଥିବାରୁ ୨ବର୍ଷ ବୟସରୁ ଉର୍ଦ୍ଧ୍ୱ ସମସ୍ତ ପିଲାମାନେ ମାସ୍କ ପିନ୍ଧିବା ଜରୁରୀ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ମହିଳା ଓ ଶିଶୁ ବିକାଶ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି କରୋନାର ମୁକାବିଲା ପାଇଁ ମହିଳା ଓ ଶିଶୁମାନଙ୍କ ନିମନ୍ତେ ପରାମର୍ଶନାମା ଜାରି କରିବାକୁ କହିଛନ୍ତି । ସେ କହିଛନ୍ତି ଯେ, ଯେହେତୁ କରୋନାର ଦ୍ୱିତୀୟ ଲହରରେ ଏବେ ଶିଶୁମାନେ ସଂକ୍ରମିତ ହେଉଛନ୍ତି ତେଣୁ ଇଣ୍ଡିଆନ ଏକାଡେମୀ ଅଫ ପେଡିଆଟ୍ରିକର ସୁପାରିଶ ଅନୁସାରେ ୨ବର୍ଷରୁ ଅଧିକ ବୟସର ପିଲା ଘରୁ ବାହାରକୁ ଯିବାବେଳେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବେ।

ପତଳା ଝାଡ଼ା, ବାନ୍ତି, ଛାତି ଯନ୍ତ୍ରଣା ସମେତ ପୂର୍ବରୁ ଦେଖାଯାଉଥିବା ଲକ୍ଷଣ ଯଥା ଥଣ୍ଡା, କଫ, ଜ୍ୱର, ସ୍ୱାଦ ବାରି ନପାରିବା, ପିଲାମାନେ କମ୍ ଖାଇବା ଓ ଅନ୍ୟ କିଛି ଲକ୍ଷଣ ଉଭୟ ଗର୍ଭବତୀ ଓ ପ୍ରସୂତୀ ମହିଳା, କିଶୋର ଓ ଶିଶୁମାନଙ୍କ ମଧ୍ୟରେ ଦେଖାଦେଲେ ସେମାନେ କୋଭିଡ୍ ସଂକ୍ରମିତ ହୋଇଥିବା ସନ୍ଦେହ କରାଯିବ। ଏଭଳି ଲକ୍ଷଣ ଦେଖାଦେଲେ ସମସ୍ତେ(ଯେକୌଣସି ବୟସର ଶିଶୁ) କୋଭିଡ୍‌-୧୯ ପରୀକ୍ଷା କରିବା ସହ ସଙ୍ଗରୋଧରେ ରହିବେ।

ନିଜର ହାତକୁ ଅତିକମରେ ୪୦ ସେକେଣ୍ଡ(୨୦ସେକେଣ୍ଡ ପରିବର୍ତ୍ତେ) ସାବୁନ ଓ ପାଣିରେ ଧୋଇବେ। ମୁହଁ, ନାକ ଓ ଆଖିକୁ ଅନାବଶ୍ୟକ ଛୁଇଁବା ମଧ୍ୟ ମନା। ସେହିପରି ୧୮ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ଟିକା ନେବା ସୁନିଶ୍ଚିତ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଏସବୁ ବିଷୟ ଉଲ୍ଲେଖ କରି ଜିଲ୍ଲାସ୍ତରରେ ଥିବା ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶନାମା ପଠାଇବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି।

Related story