ଶିକ୍ଷାକେନ୍ଦ୍ରରେ ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ଖଟା ଯାଉଥିବା ଅଭିଯୋଗ

କାମାକ୍ଷାନଗର(ବିଦ୍ୟାଧର ବରାଳ): ଶିକ୍ଷାକେନ୍ଦ୍ରରେ ରହୁଥିବା ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ଖଟାଯାଉଥିବା ଅଭିଯୋଗ ନେଇ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମହୁଲପାଳରେ ଥିବା ରାମକୃଷ୍ଣ ଶିକ୍ଷାକେନ୍ଦ୍ର ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପିଲାଙ୍କୁ ଆବଶ୍ୟକ ମାତ୍ରାରେ ଖାଇବାକୁ ଦିଆଯାଉ ନ ଥିବା ବେଳେ ଶିଶୁ ଶ୍ରମିକ ଭାବେ ଖଟା ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ସମାଧାନ ନିମନ୍ତେ ପୁଲିସ୍‌ ଓ […]

pa-1-1

Niharika Rout
  • Published: Saturday, 28 December 2019
  • , Updated: 28 December 2019, 02:08 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ଶିକ୍ଷାକେନ୍ଦ୍ରରେ ରହୁଥିବା ପିଲାଙ୍କୁ ଶିଶୁ ଶ୍ରମିକ ଭାବେ ଖଟାଯାଉଥିବା ଅଭିଯୋଗ ନେଇ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମହୁଲପାଳରେ ଥିବା ରାମକୃଷ୍ଣ ଶିକ୍ଷାକେନ୍ଦ୍ର ପରିସରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ପିଲାଙ୍କୁ ଆବଶ୍ୟକ ମାତ୍ରାରେ ଖାଇବାକୁ ଦିଆଯାଉ ନ ଥିବା ବେଳେ ଶିଶୁ ଶ୍ରମିକ ଭାବେ ଖଟା ଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଏହାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହିତ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଘଟଣାର ସମାଧାନ ନିମନ୍ତେ ପୁଲିସ୍‌ ଓ ଶିକ୍ଷାଧିକାରୀ ପହଞ୍ଚିଥିବା ଜଣାଯାଇଛି। ଅପରପକ୍ଷେ ବହୁ ଅଭିଭାବକ ନିଜ ପିଲାଙ୍କୁ ଧରି ଘରକୁ ପଳାଇଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ମହୁଲପାଳରେ ଥିବା ରାମକୃଷ୍ଣ ଶିକ୍ଷାକେନ୍ଦ୍ର ୨୦୦୭-୦୮ରୁ ନିର୍ମାଣ ହୋଇଥିଲା। ଏଠାରେ ଦୂରଦୂରାନ୍ତରୁ ଆସି ପିଲାମାନେ ରହି ପାଠ ପଢ଼ୁଥିଲେ। ହେଲେ ସେମାନଙ୍କୁ ଏଠାରେ ଠିକ୍‌ ଭାବେ ଖାଇବାକୁ ଦିଆଯାଉ ନ ଥିବା ଓ ଶିଶୁ ଶ୍ରମିକ ଭାବେ ଖଟାଯାଉଥିବା ନେଇ ପିଲାମାନେ ପୂର୍ବରୁ ମଧ୍ୟ ଅଭିଭାବକଙ୍କ ନିକଟରେ ଜଣାଇ ଆସୁଥିଲେ।

ଏହାକୁ ପ୍ରଥମେ ପ୍ରଥମେ ଅଭିଭାବକମାନେ ବିଶ୍ୱାସ କରିପାରି ନ ଥିଲେ ମଧ୍ୟ କାଲିଠୁ ଶିକ୍ଷାକେନ୍ଦ୍ର ନିକଟରେ ପହଞ୍ଚି  ବିଭିନ୍ନ ସ୍ଥାନରେ ଜଗି ରହିଥିଲେ। ଆଜି  ସ୍କୁଲ ସମୟରେ କୌଣସି ଶିକ୍ଷକ ନ ଥିବା ବେଳେ ଅଭିଭାବକମାନେ ଗେଟ୍‌ ପାଖକୁ ଯାଇ ପିଲାଙ୍କୁ ଡାକି ଭିତରକୁ ଯାଇଥିଲେ।   ଏହାପରେ   ଅଭିଭାବକ ଓ ସ୍ଥାନୀୟ ଲୋକେ   ହୋ ହଲ୍ଲା କରିବା ସହ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଘେରାଉ କରିଥିଲେ । ଏହାକୁ କେନ୍ଦ୍ର କରି  ଘଟଣାସ୍ଥଳରେ  ପ୍ରବଳ ଉତ୍ତେଜନା ଦେଖାଦେଇଥିଲା ।

ପରିସ୍ଥିତି ଏତେ ଗମ୍ଭୀର ହେଲା ଯେ, କାମାକ୍ଷାନଗର  ପୁଲିସ୍ ଓ ବ୍ଲକ ଶିକ୍ଷାଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ବ୍ଳକ ଶିକ୍ଷାଧିକାରୀ କହିଛନ୍ତି, ପିଲାଙ୍କୁ ଖାଦ୍ୟ ଦିଆଯାଉଥିଲେ ମଧ୍ୟ ତାହା ଆବଶ୍ୟକ ଅନୁଯାୟୀ ହୋଇପାରୁ ନ ଥିବା ଜଣାଯାଇଛି।  ଏହାର ତଦନ୍ତ ହେବ।   

ଅପରପକ୍ଷେ ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ଏହା ସମ୍ପୂର୍ଣ୍ଣ ମିଥ୍ୟା। ଏନେଇ ପୂର୍ବରୁ ଅଭିଯୋଗ ହୋଇଥିବା ବେଳେ ତାହାର ସତ୍ୟତା ପ୍ରମାଣିତ ହୋଇପାରି ନ ଥିଲା। ଏବେ ମଧ୍ୟ ସେମାନଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଗୋଟିଏ ଅସୁସ୍ଥ ପିଲାକୁ ନେଇ ସେ ମେଡିକାଲ ଯାଇଥିବା ବେଳେ ଏପରି କାଣ୍ଡ ଘଟି ଯାଇଛି।

Related story