ଚିଲିକା ଜଳରାଶିରର ୩୦୦୦ ଏକର ଅଞ୍ଚଳରୁ ଘେରି ଉଚ୍ଛେଦ

ଭୁବନେଶ୍ୱର: ପ୍ରକୃତିର ରାଣୀ ଚିଲିକାର ପରିବେଶ ସନ୍ତୁଳନକୁ ସଜାଡ଼ିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଶାଳ ଜଳ ରାଶିକୁ ଘେରିମୁକ୍ତ କରାଯାଉଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଚାଲିଥିଲା ଏହି ଉଚ୍ଛେଦ କାର୍ଯ୍ୟ। ପ୍ରଥମ ଥର ପାଇଁ ଚିଲିକାର ନଳବଣ ଅଞ୍ଚଳକୁ ଘେରିମୁକ୍ତ କରିଥିଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)। ଉଚ୍ଛେଦ ସମୟରେ ସିଡିଏର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତଥିଲେ। ଦୁଇ ଦିନରେ ପ୍ରାୟ ୩୦୦୦ ଏକର ଅଞ୍ଚଳରୁ ଘେରି ଉଚ୍ଛେଦ କରାଯାଇଛି। […]

chila ghari

Rakesh Mallick
  • Published: Sunday, 23 July 2017
  • , Updated: 23 July 2017, 10:11 PM IST

ଭୁବନେଶ୍ୱର: ପ୍ରକୃତିର ରାଣୀ ଚିଲିକାର ପରିବେଶ ସନ୍ତୁଳନକୁ ସଜାଡ଼ିବା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ବିଶାଳ ଜଳ ରାଶିକୁ ଘେରିମୁକ୍ତ କରାଯାଉଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଚାଲିଥିଲା ଏହି ଉଚ୍ଛେଦ କାର୍ଯ୍ୟ। ପ୍ରଥମ ଥର ପାଇଁ ଚିଲିକାର ନଳବଣ ଅଞ୍ଚଳକୁ ଘେରିମୁକ୍ତ କରିଥିଲା ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)। ଉଚ୍ଛେଦ ସମୟରେ ସିଡିଏର କର୍ତ୍ତୃପକ୍ଷ, ଜିଲ୍ଲା ପ୍ରଶାସନିକ ଅଧିକାରୀ ଓ ପୋଲିସ ଉପସ୍ଥିତଥିଲେ। ଦୁଇ ଦିନରେ ପ୍ରାୟ ୩୦୦୦ ଏକର ଅଞ୍ଚଳରୁ ଘେରି ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦରେ ୩ଟି ବାର୍ଜ, ୩ଟି ଏକ୍ସାଭେଟର, ୧୫ଟି ବୋଟ୍ ସମେତ ୨୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ ନିୟୋଜିତ ହୋଇଥିଲେ।

ସାଟେଲାଇଟ୍ ଇମେଜ୍ ଅନୁଯାୟୀ ବର୍ତ୍ତମାନ ଚିଲିକାର ୧୧୦୦ ବର୍ଗ କିଲୋମିଟର ଅଞ୍ଚଳରୁ ପ୍ରାୟ ୧୪,୫୫୨ ହେକ୍ଟର ଅଞ୍ଚଳରେ ବେଆଇନ୍ ଘେରି ରହିଛି। ଏହି ଘେରି ଦ୍ୱାରା ବିଦେଶାଗତ ପକ୍ଷୀଙ୍କ ଖାଦ୍ୟ ସଂଗ୍ରହରେ ଅସୁବିଧା ହେଉଛି। ଏଥିସହିତ ଚିଲିକାର ପରିବେଶ ପ୍ରଭାବିତ ହେଉଛି। ମାଛମାନଙ୍କ ପ୍ରଜନନରେ ମଧ୍ୟ ଅସୁବିଧା ସୃଷ୍ଟି ହେଉଥିଲା। ପ୍ରଥମ ଥର ପାଇଁ ନଳବଣରେ କରାଯାଇଥିବା ଏହି ଉଚ୍ଛେଦ ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସିଡିଏ ଅଧିକାରୀ କହିଛନ୍ତି।

Related story