ଜେଲ୍‌ ନୁହେଁ ମେଡିକାଲରେ କଟିଲା ଚିଲିକା ବିଧାୟକଙ୍କ ରାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ ନୁହେଁ ମେଡିକାଲ କଟିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରାତି । ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲକୁ ପଠାଯାଇଥିଲା। ଏହାପରେ ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବାରୁ ଏଡିଜେ-୧ କୋର୍ଟଙ୍କ  ଅନୁମତି କ୍ରମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଗତ ରାତିରେ ଥିବା ବେଳେ ତାଙ୍କ ଚିକିତ୍ସା ଚାଲୁଥିବା ଜଣାଯାଇଛି। ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତକାଲି ଏଡିଜେ  କୋର୍ଟରେ ହାଜର ହେବା ସହ […]

mla

Niharika Rout
  • Published: Saturday, 09 October 2021
  • , Updated: 09 October 2021, 08:00 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ ନୁହେଁ ମେଡିକାଲ କଟିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରାତି । ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲକୁ ପଠାଯାଇଥିଲା। ଏହାପରେ ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବାରୁ ଏଡିଜେ-୧ କୋର୍ଟଙ୍କ  ଅନୁମତି କ୍ରମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଗତ ରାତିରେ ଥିବା ବେଳେ ତାଙ୍କ ଚିକିତ୍ସା ଚାଲୁଥିବା ଜଣାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତକାଲି ଏଡିଜେ  କୋର୍ଟରେ ହାଜର ହେବା ସହ ଜାମିନ ଆବେଦନ କରିଥିଲେ ବିଧାୟକ ପ୍ରଶାନ୍ତ  ଜଗଦେବ । ତେବେ କୋର୍ଟ ତାଙ୍କ ଜାମିନ ନାମଂଜୁର କରିଦେଇଥିଲେ । ଏହାପରେ ବିଧାୟକଙ୍କୁ ହେପାଜତକୁ ନେଇଥିଲା ପୋଲିସ । ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା । ହେଲେ ଏହାପରେ ସେ ନିଜ ଅସୁସ୍ଥତା ସମ୍ପର୍କରେ ଜଣାଇବାରୁ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ  ସେଠୀଙ୍କୁ ଆକ୍ରମଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା  । ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ  ଯାଇଥିଲେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଂଜନ ସେଠୀ । ଏହି ସମୟରେ  ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ରାସ୍ତା ଉପରେ ହିଁ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ  । ନିରଞ୍ଜନଙ୍କୁ ବିଧାୟକ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ  ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ୍‌।

ବିଧାୟକଙ୍କ ବିରୋଧରେ ଲାଗିଥିଲା  ଏସ୍‌ସି-ଏସ୍‌ଟି ଉତ୍ପୀଡ଼ନ କେଶ୍  ଜାମିନ ଆବେଦନ ପାଇଁ ସେ ଗତ ୫ତାରିଖରେ  ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନ ଅଗ୍ରାହ୍ୟ  କରିବା ସହ ତଳକୋର୍ଟରେ ଆବେଦନ ଲାଗି କହିଥିଲେ । ସେପଟେ ବିଧାୟକଙ୍କ  ଦାଦାଗିରି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା।

Related story