‘କରୋନା’ ବୁଡ଼ାଇ ଦେଲା ଚାଇନା ବେପାର, ଭାରତରେ ଗୋଟେ ଖୁସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼। ଆଉ ଏଥିରେ ଘାଇଲା ହୋଇଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ଚୀନରୁ ସାମଗ୍ରୀ ଆମଦାନୀ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ସ୍ୱାଗତ କରିଛନ୍ତି। ଚାଇନାରୁ ଆସୁଛି ଟିଭି, ସ୍ମାର୍ଟଫୋନ, ଏଲଇଡି ଲାଇଟ୍‌ ଓ ଅନ୍ୟାନ୍ୟ ଘରକରଣା ଜିନିଷ। ଯାହାର ଚାହିଦା ଭାରତୀୟ ମାର୍କେଟରେ ଅଧିକ ରହିଛି। ଆକର୍ଷଣୀୟ ଲୁକ ସାଙ୍ଗକୁ କମ୍ ଦାମ୍ ଥିବାରୁ ଓଡ଼ିଶା ସମେତ ପୂରା ଦେଶର ଖୁଚୁରା ବଜାରରେ ବଢିଥିଲା ଚାଇନିଜ୍ […]

chinise-prodect-are-not-abavale

Manoranjan Sial
  • Published: Thursday, 06 February 2020
  • , Updated: 06 February 2020, 07:50 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଇନା ଇଲେକ୍ଟ୍ରୋନିକ୍ସ ଶିଳ୍ପ ଉପରେ ପଡ଼ିଛି ‘କରୋନା’ ମାଡ଼। ଆଉ ଏଥିରେ ଘାଇଲା ହୋଇଛନ୍ତି ଭାରତୀୟ ବ୍ୟବସାୟୀ। ତେବେ ଚୀନରୁ ସାମଗ୍ରୀ ଆମଦାନୀ କଟକଣାକୁ ସ୍ଥାନୀୟ ବ୍ୟବସାୟୀ ସ୍ୱାଗତ କରିଛନ୍ତି।

ଚାଇନାରୁ ଆସୁଛି ଟିଭି, ସ୍ମାର୍ଟଫୋନ, ଏଲଇଡି ଲାଇଟ୍‌ ଓ ଅନ୍ୟାନ୍ୟ ଘରକରଣା ଜିନିଷ। ଯାହାର ଚାହିଦା ଭାରତୀୟ ମାର୍କେଟରେ ଅଧିକ ରହିଛି। ଆକର୍ଷଣୀୟ ଲୁକ ସାଙ୍ଗକୁ କମ୍ ଦାମ୍ ଥିବାରୁ ଓଡ଼ିଶା ସମେତ ପୂରା ଦେଶର ଖୁଚୁରା ବଜାରରେ ବଢିଥିଲା ଚାଇନିଜ୍ ସାମଗ୍ରୀ ଚାହିଦା। ତେବେ ମହାମାରୀ ‘କରୋନା’ ଭାଇରସ୍‌ କାୟା ବିସ୍ତାର କରିବା ପରେ ଚୀନର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। କେବଳ ଯାଆସ ନୁହେଁ, ଚୀନରୁ ପଣ୍ୟ ଆମଦାନୀ ଉପରେ କଟକଣା ଲଗାଯାଇଛି। ଏହାର ପ୍ରଭାବ ଭାରତୀୟ ବଜାର ଉପରେ ଦେଖିବାକୁ ମିଳିଛି। ଚାଇନିଜ ସାମଗ୍ରୀ ଡିଲ୍‌ କରୁଥିବା ବ୍ୟବସାୟୀ ଘାଟାରେ ପଡ଼ିବେ। ଏଣେ ଆବଶ୍ୟକ ଅନୁସାରେ ଜିନିଷ ଆସୁନଥିବାରୁ ଦର ମଧ୍ୟ ବଢିବାରେ ଲାଗିଛି।

ଭାରତର ଇଲେକଟ୍ରୋନିକ ଶିଳ୍ପ ବି ଚାଇନା ଉପରେ ବେଶ ନିର୍ଭରଶୀଳ ରହିଛି। ଭାରତରେ ଆସେମ୍ବଲ୍‌ ହେଉଥିବା ମୋବାଇଲ ଫୋନ, ସ୍ମାର୍ଟ ଟିଭି, ମୋବାଇଲ ଡିସପ୍ଲେ, ଏଲଇଡି ପ୍ୟାନେଲ, ସର୍କିଟ ବୋର୍ଡ ଓ ମେମୋରି ଚିପ୍‌ ପ୍ରମୁଖ ଚୀନରୁ ଆସିଥାଏ। ତେବେ ‘କରୋନା’ ଆତଙ୍କଙ୍କୁ ଦେଖି ଚୀନରେ ଅନେକ ସହରକୁ ନାକାବନ୍ଦୀ କରାଯାଇଛି। ପ୍ରଭାବିତ ଓ ଏହା ସଂଲଗ୍ନ ଅଞ୍ଚଳଗୁଡିକରେ କଳକାରଖାନା ବନ୍ଦ ରହିବା ସହ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଯାଇଛି। ତେଣୁ ଭାରତର ଇଲେକ୍ଟୋନିକ୍ସ ଶିଳ୍ପ ପ୍ରଭାବିତ ହୋଇଛି।

‘କରୋନା’ ସମସ୍ୟା ଯଦି ବେଶୀ ଦିନ ଲାଗି ରୁହେ, ତେବେ ଭାରତୀୟ ବଜାର ଆଗକୁ ଆହୁରି ପ୍ରଭାବିତ ହେବ। ତେବେ ଏହା ଭାରତୀୟ ଶିଳ୍ପ ଲାଗି ପରୋକ୍ଷରେ ଶୁଭ ସଂକେତ ବୋଲି କୁହାଯାଉଛି। କାରଣ ଭାରତୀୟ ବଜାରରୁ ‘ମେଡ୍‌ ଇନ୍‌ ଚାଇନା’ ବଦଳରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ସାମଗ୍ରୀର ପ୍ରସାର ଲାଗି ଏହା ପ୍ରକୃଷ୍ଠ ସମୟ। ଭାରତୀୟ ଶିଳ୍ପଦ୍ୟୋଗୀ ଯଦି ଅଣ୍ଟା ଭିଡିବେ, ତେବେ ଅନେକ କ୍ଷେତ୍ରରେ ଦେଶ ସ୍ୱାବଲମ୍ବୀ ହେବା ସହ ଚାଇନିଜ ସାମଗ୍ରୀର ପ୍ରାର୍ଦୁଭାବକୁ ହ୍ରାସ କରାଯାଇପାରିବ ବୋଲି ଅନୁମାନ କରାଯାଉଛି।

Related story