ଥାନାକୁ ଗଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ସେ ବିଦ୍ୟାଶ୍ରୀଙ୍କ ନାମରେ ଏତଲା ଦେଇଛନ୍ତି। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ । ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା ଅଭିଯୋଗ ହୋଇଛି। ଏତଲା […]

bidya

Tapas Behera
  • Published: Monday, 07 September 2020
  • , Updated: 07 September 2020, 06:03 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ବାଲେଶ୍ୱର ଜିଲ୍ଲା ଖଇରା ଥାନାରେ ଏତଲା ଦେଲେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ର। ସେ ବିଦ୍ୟାଶ୍ରୀଙ୍କ ନାମରେ ଏତଲା ଦେଇଛନ୍ତି। ଏହାଛଡ଼ା ବିସ୍ମିତ ଦାଶ ଓ ଅନ୍ୟ କେତେକ ଲୋକଙ୍କ ନାମରେ ମଧ୍ୟ ଏତଲା ଦେଇଛନ୍ତି ଚିନ୍ମୟୀ । ବିସ୍ମିତ ଓ ବିଦ୍ୟାଶ୍ରୀ ତାଙ୍କୁ ସାଇକୋ କହି ବଦନାମ କରିଥିବା ଏତଲାରେ ଦର୍ଶାଯାଇଛି। ଏମିତିକି ବିସ୍ମିତ କ୍ରାଇମବ୍ରାଞ୍ଚ ଅଫିସର କହି ଧମକାଇଥିବା ଅଭିଯୋଗ ହୋଇଛି। ଏତଲା କ୍ରମେ ବିସ୍ମିତ, ବିଦ୍ୟାଶ୍ରୀ ଓ ଅନ୍ୟମାନଙ୍କ ନାଁରେ ମାମଲା କଲା ପୋଲିସ । ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ‘ସାଇକୋ ଲେଡି’ ଏବଂ ‘ରହସ୍ୟମୟୀ’ କୁହାଯାଉଥିବା ସମ୍ପୃକ୍ତ ଯୁବତୀ ଶେଷରେ ସାମ୍ନାକୁ ଆସିଥିଲେ ।

ଚିନ୍ମୟୀ ମହାପାତ୍ର ନାମକ ଏହି ଯୁବତୀ ଜଣକ ଆଦିତ୍ୟଙ୍କ ସହ ପ୍ରେମ ସମ୍ପର୍କ ଥିବା ସ୍ୱୀକାର କରିଛନ୍ତି। କିନ୍ତୁ ତାହା ଅଳ୍ପ କିଛି ମାସର ଥିଲା। ତେବେ ବିସ୍ମିତ ତାଙ୍କ ନାମରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ‘ସାଇକୋ ଲେଡି’ ଆରୋପ ପାଇଁ ଆଇନର ସହାୟତା ନେବେ ବୋଲି ଯୁବତୀ ଜଣକ କହିଛନ୍ତି।

ଏଥିସହିତ ଆଦିତ୍ୟ ମୃତ୍ୟୁ ମାମଲାରେ ତଦନ୍ତ ପରିସରଭୁକ୍ତ କଲେ ସହଯୋଗ କରିବେ ବୋଲି କହିଛନ୍ତି। ଆଦିତ୍ୟଙ୍କ ସହ ଫେସବୁକରେ ତାଙ୍କର ପରିଚୟ ଓ ସମ୍ପର୍କ ହୋଇଥିଲା। ପରେ ଭୁବନେଶ୍ୱର ଆସିଥିବା ସମୟରେ ୨ ଥର ଆଶ୍ରମଠାରେ ଦେଖା ହୋଇଥିବା ସେ ସ୍ୱୀକାର କରିଛନ୍ତି। ତେବେ ଏ ପ୍ରେମ ସମ୍ପର୍କ ଏକତରଫା ନୁହେଁ ନର୍ମାଲ ଥିଲା।

କିନ୍ତୁ କିଛି ମାସ ପରେ ଆଦିତ୍ୟ ତାଙ୍କୁ ଆଭୋଏଡ୍ କରିଥିଲେ ବୋଲି ଚିନ୍ମୟୀ କହିଛନ୍ତି। ସେ କହିଥିଲେ, “ଆମ ଉଭୟଙ୍କ ମଧ୍ୟରେ ଡିଷ୍ଟାନ୍ସ ସମ୍ପର୍କ ଥିଲା। ମୁଁ ଭୁବନେଶ୍ୱର ସମ୍ପର୍କୀୟଙ୍କ ଘରକୁ ଗଲେ ତାଙ୍କୁ ଭେଟିଥାଏ। ତାଙ୍କ ଆଶ୍ରମକୁ ଥରେ ଦୁଇଥର ଯାଇ ତାଙ୍କୁ ଭେଟିଛି। ମୋତେ ସାଇକୋ ଲେଡି ବୋଲି ଯାହା କହୁଛନ୍ତି, ତାହା ମିଛ।”

Related story