‘କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଇ ବାହାବା ନେବାକୁ ଉଦ୍ୟମ କରୁଛନ୍ତି ସରକାର’

Ordigital Desk
  • Published: Thursday, 24 May 2018
  • , Updated: 24 May 2018, 08:24 AM IST
<p>ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ): ବାଲେଶ୍ୱର ଜିଲ୍ଲାରେ ଚିଟଫଣ୍ଡ୍&zwnj; କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ୧୦ ହଜାରରୁ କମ୍ ଟଙ୍କା ବିନିଯୋଗ କରିଥିବା ବାଲେଶ୍ୱରର ୩୫୦ ଜମାକାରୀଙ୍କୁ ୨୧ ଲକ୍ଷରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ୧୦ ହଜାର ଟଙ୍କାରୁ କମ୍ ଟଙ୍କା ରଖିଥିବା ଜମାକାରୀଙ୍କୁ ସିଧାସଳଖ ସେମାନଙ୍କ ଆକାଉଣ୍ଟକୁ ପେମେଣ୍ଟ କରାଯାଉଛି।</p> <p>ଚିଟଫଣ୍ଡ୍ ଦୁର୍ନୀତିର ଏତେ ଦିନ ପରେ ସରକାର ପ୍ରହସନ କରୁଛନ୍ତି। କେବଳ କ୍ଷୁଦ୍ର ଜମାକାରୀ ନାଁରେ କାହିଁକି ଟଙ୍କା ଦିଆଯାଉଛି ବୋଲି ପ୍ରଶ୍ନ କରିଛି ଆର୍ଥିକ ସଂସ୍ଥା ଦ୍ୱାରା ଚିଟଫଣ୍ଡ୍ କ୍ଷତିଗ୍ରସ୍ତ ମିଳିତ ମଞ୍ଚ।&lt;a href=&quot;&quot;&gt;(image) &lt;/a&gt;</p> <p>ମଞ୍ଚର ଆବାହକ ରବି ଦାସ କହିଛନ୍ତି,&ldquo; ନିୟମ ଅନୁସାରେ କର୍ପସ ଫଣ୍ଡରୁ ସରାକାର ଟଙ୍କା ଫେରସ୍ତ ପାଇଁ ନିଷ୍ପତ୍ତି ନେଇଥିବାରୁ ସବୁ ପ୍ରକାର ଜମାକାରୀଙ୍କୁ ଟଙ୍କା ମିଳୁ। ୨୦୧୯ ନିର୍ବାଚନକୁ ଆଖି ଆଗରେ ରଖି ସରକାର କେବଳ ୧୦ରୁ କମ୍ ବିନିଯୋଗ କିରଥିବା ଜମାକାରୀଙ୍କୁ ଟଙ୍କା ଦେଇ ବାହାବା ନେବାକୁ ଉଦ୍ୟମ କରୁଛନ୍ତି। ଏହା ବେଆଇନ୍ ଓ ଅସାମ୍ବିଧାନିକ।&rdquo;</p>

Related story