ଚିଟ୍‌ଫଣ୍ଡ୍ ଲିଙ୍କରେ ଫସିଲେ ଖଣି ବ୍ୟବସାୟୀ, ପଚରା ଉଚରା କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଖଣି ବ୍ୟବସାୟୀ ପ୍ରଭଞ୍ଜନ ମହାନ୍ତିଙ୍କର ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସନ୍ଧାନ ପାଇଛି କ୍ରାଇମବ୍ରାଞ୍ଚ।  ଚିଟ୍‌ଫଣ୍ଡ ଲିଙ୍କ୍‌ ଆସିବା ପରେ କ୍ରାଇମବ୍ରାଞ୍ଚ ତାର ଖୋଳତାଡ଼  ଆରମ୍ଭ କରିଛି। ପ୍ରଭଞ୍ଜନଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଥିବା ବେଳେ ଉଭୟ ଜାଲିଆତି ଓ ଚିଟ୍‌ଫଣ୍ଡ ମାମଲାରେ ପଚରା ଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ ଶର୍ମା ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲ ଦସ୍ତଖତ ବଳରେ ଟଙ୍କା ଠକେଇ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚର […]

chit

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 02:04 PM IST

ଭୁବନେଶ୍ୱର: ଖଣି ବ୍ୟବସାୟୀ ପ୍ରଭଞ୍ଜନ ମହାନ୍ତିଙ୍କର ଚିଟ୍‌ଫଣ୍ଡ ଲିଙ୍କ୍ ନେଇ ସନ୍ଧାନ ପାଇଛି କ୍ରାଇମବ୍ରାଞ୍ଚ।  ଚିଟ୍‌ଫଣ୍ଡ ଲିଙ୍କ୍‌ ଆସିବା ପରେ କ୍ରାଇମବ୍ରାଞ୍ଚ ତାର ଖୋଳତାଡ଼  ଆରମ୍ଭ କରିଛି। ପ୍ରଭଞ୍ଜନଙ୍କୁ ରିମାଣ୍ଡରେ ଆଣିବାକୁ କ୍ରାଇମବ୍ରାଞ୍ଚ ଯୋଜନା କରିଥିବା ବେଳେ ଉଭୟ ଜାଲିଆତି ଓ ଚିଟ୍‌ଫଣ୍ଡ ମାମଲାରେ ପଚରା ଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ସ୍ପେଶାଲ ଡିଜି ବିଜୟ ଶର୍ମା ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ଜାଲ ଦସ୍ତଖତ ବଳରେ ଟଙ୍କା ଠକେଇ ଅଭିଯୋଗ ମାମଲାରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ପ୍ରଭଞ୍ଜନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ବ୍ୟାଙ୍କରୁ ସାଢେ ୪ କୋଟି ଟଙ୍କା ଠକେଇ କରିଥିବା ନେଇ ପ୍ରଭଞ୍ଜନଙ୍କ ନାଁରେ ଅଭିଯୋଗ ରହିଛି। ଏବେ ପ୍ରଭଞ୍ଜନ ସଂଚୟ ଇନଫ୍ରା ଚିଟ୍‌ଫଣ୍ଡ ସଂସ୍ଥାରେ ଜଣେ ଅନ୍ୟତମ ଅଧିକାରୀ ଭାବେ କାମ କରୁଥିଲେ ବୋଲି ଜଣାପଡ଼ିଛି।  ଏହି ମାମଲାରେ ୨୦୧୩ ମସିହାରୁ ପ୍ରଭଞ୍ଜନ ଫେରାର ଥିବା ରଘୁନାଥପାଲି ଥାନା ପକ୍ଷରୁ ଦର୍ଶାଯାଇଛି।  ରଘୁନାଥପାଲି ଥାନାରେ ପ୍ରଭଜନଙ୍କ ସମେତ ୪ ଜଣଙ୍କ ବିରୋଧରେ  ମାମଲା ରୁଜୁ ହୋଇଥିବାବେଳେ ପୋଲିସ କେବଳ ଜଣଙ୍କୁ ଗିରଫ କରିଥିଲା।

କେବଳ ପ୍ରଭଞ୍ଜନ କାହିଁକି, ଚିଟଫଣ୍ଡ ଠକେଇରେ ଜଣେ ସୁନା ବ୍ୟବସାୟୀଙ୍କ ସଂପୃକ୍ତ ଥିବା ମଧ୍ୟ ସାମ୍ନାକୁ ଆସିଛି।

Related story