ସପ୍ତମ ଥର ପାଇଁ ବଢ଼ିଲା ଚିଟ୍‌ଫଣ୍ଡ କମିଶନଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ଜମାକାରୀଙ୍କ ସୁରକ୍ଷା ଓ ସେମାନଙ୍କ ଅର୍ଥ ଫେରସ୍ତ ନିମନ୍ତେ ଗଠିତ ଜଷ୍ଟିସ୍ ଏମ୍.ଏମ୍.ଦାଶ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣି ବଢ଼ାଇଛନ୍ତି। ସପ୍ତମ ଥର ପାଇଁ ତାଙ୍କର କାର୍ଯ୍ୟକାଳ ବଢ଼ିଛି। ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିଟ୍‌ଫଣ୍ଡ ମାମଲାରେ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ କମିଶନ ପଦକ୍ଷେପ ନେଉଥିବାରୁ ଜଷ୍ଟିସ୍ ଦାଶଙ୍କ କାର୍ଯ୍ୟକାଳକୁ ପୁଣିଥରେ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଛି। ୨୦୧୫ ଜାନୁୟାରୀ ମାସରେ ଜଷ୍ଟିସ୍ […]

comsn

Ordigital Desk
  • Published: Tuesday, 31 July 2018
  • , Updated: 31 July 2018, 07:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଟ୍‌ଫଣ୍ଡ ଜମାକାରୀଙ୍କ ସୁରକ୍ଷା ଓ ସେମାନଙ୍କ ଅର୍ଥ ଫେରସ୍ତ ନିମନ୍ତେ ଗଠିତ ଜଷ୍ଟିସ୍ ଏମ୍.ଏମ୍.ଦାଶ କମିଶନଙ୍କ କାର୍ଯ୍ୟକାଳକୁ ରାଜ୍ୟ ସରକାର ପୁଣି ବଢ଼ାଇଛନ୍ତି। ସପ୍ତମ ଥର ପାଇଁ ତାଙ୍କର କାର୍ଯ୍ୟକାଳ ବଢ଼ିଛି।

ଗୃହ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚିଟ୍‌ଫଣ୍ଡ ମାମଲାରେ ଜମାକାରୀଙ୍କ ଅର୍ଥ ଫେରସ୍ତ ପାଇଁ କମିଶନ ପଦକ୍ଷେପ ନେଉଥିବାରୁ ଜଷ୍ଟିସ୍ ଦାଶଙ୍କ କାର୍ଯ୍ୟକାଳକୁ ପୁଣିଥରେ ଆଉ ୬ ମାସ ପାଇଁ ବୃଦ୍ଧି କରାଯାଇଛି।

୨୦୧୫ ଜାନୁୟାରୀ ମାସରେ ଜଷ୍ଟିସ୍ ଆର.କେ.ପାତ୍ରଙ୍କ ମୃତ୍ୟୁ ପରେ ଜଷ୍ଟିସ୍ ଦାଶଙ୍କୁ  ୨୦୧୫ ଫେବୃୟାରୀ ମାସରେ ଚିଟଫଣ୍ଡ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା। ସେବେଠୁ ଆଜି ପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରତି ୬ ମାସରେ ତାଙ୍କର କାର୍ଯ୍ୟକାଳ ବଢ଼ାଇ ଚାଲିଛନ୍ତି।

Related story