ଚିଟଫଣ୍ଡ କମ୍ପାନୀ ଶାରଳା ରିଅଲକନର ସମ୍ପତ୍ତି ନିଲାମ ଉପରେ ରହିତାଦେଶ

କଟକ(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କମ୍ପାନୀ ଶାରଳା ରିଅଲକନର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି। ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ଚିଟଫଣ୍ଡ କେଳଙ୍କାରୀରେ ସମ୍ପୃକ୍ତ ଚିଟଫଣ୍ଡ କମ୍ପାନୀ ସାରଳା ରିଅଲକନ ପ୍ରାଇଭେଟ୍ ଲିମିଟେଡ ନାମକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟପ୍ତି ପାଇଁ ଗତ ଅକ୍ଟୋବର ୧୫ ତାରିଖରେ […]

high-court

  • Published: Monday, 21 November 2022
  • , Updated: 21 November 2022, 09:21 PM IST

କଟକ(ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ କମ୍ପାନୀ ଶାରଳା ରିଅଲକନର ସମ୍ପତ୍ତି ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ। ପ୍ରାୟ ୧୬ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ନିଲାମ ଉପରେ ଏହି ରହିତାଦେଶ ଜାରି ହୋଇଛି। ଆସନ୍ତା ୨୮ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ।

ଚିଟଫଣ୍ଡ କେଳଙ୍କାରୀରେ ସମ୍ପୃକ୍ତ ଚିଟଫଣ୍ଡ କମ୍ପାନୀ ସାରଳା ରିଅଲକନ ପ୍ରାଇଭେଟ୍ ଲିମିଟେଡ ନାମକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟପ୍ତି ପାଇଁ ଗତ ଅକ୍ଟୋବର ୧୫ ତାରିଖରେ କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୧୩ କୋଟି ୮୦ ଲକ୍ଷ ୬୯ ହଜାର ୮୭୫ ଟଙ୍କାର ଜମି, ୧୩ ଲକ୍ଷ ୧୦ ହଜାର ୩୧୬ ଟଙ୍କା ବ୍ୟାଙ୍କ ବାଲେନ୍ସ, ୩ ଲକ୍ଷ ୨୫ ହଜାର ୬୦୦  ନଗଦ ଟଙ୍କା ଏବଂ ସ୍କର୍ପିଓ, ପାଜେରୋ, ବିଏମବ୍ଲୁ, ଫର୍ଟୁନର ଭଳି 4 ଟି ଦାମୀ କାର ବାଜ୍ୟପ୍ତି ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଅନ୍ୟପଟେ ଏହି ସମ୍ପତ୍ତି ର ପରିମାଣ ବହୁତ ଅଧିକ ହେବ ବୋଲି ସଂସ୍ଥାର ଓକିଲ କହିଛନ୍ତି। ବାଜ୍ୟପ୍ତି ସମ୍ପତ୍ତିକୁ ସର୍ବସାଧାରଣରେ ନିଲାମ କରାଯାଇ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଦେବା ପାଇଁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଚିଟଫଣ୍ଡ କୋର୍ଟଙ୍କ ଏହି ନିର୍ଦେଶକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା ସଂସ୍ଥା। ସାରଳା ରିଅଲ କନ ଏକ ରିଅଲ ଇଷ୍ଟେଟ କମ୍ପାନୀ ହୋଇଥିବାରୁ ଏହି ମାମଲାର ଶୁଣାଣି ରେରା କୋର୍ଟରେ କରିବାକୁ ପାର୍ଥନା କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା କମ୍ପାନୀ। ପ୍ରାରମ୍ଭିକ ଶୁଣାଣିରେ କୋର୍ଟ ଆବେଦନକୁ ଗ୍ରହଣ କରି ସମ୍ପତ୍ତି ନିଲାମ ଉପରେ ଆନ୍ତରୀଣ ରହିତାଦେଶ ଜାରି କରିଛନ୍ତି।

Related story