ଆଉ ଶୁଣାଣି କରିବେନି ଚିଟଫଣ୍ଡ କମିଶନ

କଟକ (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରୀ ୪ ତାରିଖରେ ଶେଷ ହୋଇଥିବା ବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ। ଏହାପରେ କମିଶନ ବସିବ ନାହିଁ ବୋଲି ନୋଟିସ୍‌ ଜାରି କରାଯାଇଛି। କଟକ ବକ୍ସିବଜାର ପୁଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଚିଟଫଣ୍ଡ […]

cuttack00

Tapaswini Nayak
  • Published: Wednesday, 04 March 2020
  • , Updated: 04 March 2020, 10:35 AM IST

କଟକ (ଓଡ଼ିଶା ରିପୋର୍ଟର): ଚିଟଫଣ୍ଡ ଘଟଣାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ। ଗତକାଲିଠାରୁ କମିଶନ ଶୁଣାଣି ବନ୍ଦ ରଖିଛନ୍ତି। କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଫେବ୍ରୁଆରୀ ୪ ତାରିଖରେ ଶେଷ ହୋଇଥିବା ବେଳେ କାର୍ଯ୍ୟକାଳକୁ ଆଉ ବୃଦ୍ଧି କରାଯାଇ ନାହିଁ। ଏହାପରେ କମିଶନ ବସିବ ନାହିଁ ବୋଲି ନୋଟିସ୍‌ ଜାରି କରାଯାଇଛି। କଟକ ବକ୍ସିବଜାର ପୁଲିସ ଲାଇନରେ ଥିବା କାର୍ଯ୍ୟାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ଚିଟଫଣ୍ଡ ଘଟଣା ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩ ଜୁଲାଇ ୯ ତାରିଖରେ କମିଶନ ଗଠନ କରାଯାଇଥିଲା। କମିଶନଙ୍କ କାର୍ଯ୍ୟକାଳ ବିଭିନ୍ନ ସମୟରେ ୩ ମାସ ଏବଂ ପରେ ୬ ମାସକୁ ବୃଦ୍ଧି କରାଯାଇଥିଲା। ଶେଷଥର ଲାଗି ୨୦୧୯ ଅଗଷ୍ଟ ୪ ତାରିଖରେ କମିଶନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ପୂରିଥିବା ବେଳେ ଅଗଷ୍ଟ ୨ ତାରିଖରେ ସରକାର ବିଜ୍ଞପ୍ତି ପ୍ରକାଶ କରି ୬ ମାସ କାର୍ଯ୍ୟକାଳ ବୃଦ୍ଧି କରିଥିଲେ। କମିଶନଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରୀ ୪ ତାରିଖରୁ ଶେଷ ହୋଇଯାଇଛି। ସରକାର କାର୍ଯ୍ୟକାଳ ବୃଦ୍ଧି କରି ନଥିବାରୁ ଜଷ୍ଟିସ ମଦନ ମୋହନ କମିଶନ ଆଉ ଶୁଣାଣି କରିବେ ନାହିଁ ବୋଲି ନୋଟିସରେ ପ୍ରକାଶ କରାଯାଇଛି।

Related story