ଚିଟଫଣ୍ଡ ଲିଙ୍କ୍ : ଯୁବ କଂଗ୍ରେସ ସଭାପତି  ସିବିଆଇରେ ହାଜର

ଭୁବନେଶ୍ୱର: ଏଟି ଚିଟଫଣ୍ଡ  କମ୍ପାନି ସହ ଲିଙ୍କ୍ ଅଭିଯୋଗରେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସିବିଆଇ ରଜତଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିବା ଜଣାପଡ଼ିଛି। ଅର୍ଥତତ୍ତ୍ୱ ସହ ଅର୍ଥ କାରବାର ଲିଙ୍କ୍ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି। ବିଜେଡି ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, “ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ସିବିଆଇ ଜେରା କରୁଛି। ସିବିଆଇ ତାଙ୍କୁ […]

sbb

Rakesh Mallick
  • Published: Monday, 25 April 2016
  • , Updated: 25 April 2016, 03:18 PM IST

ଭୁବନେଶ୍ୱର: ଏଟି ଚିଟଫଣ୍ଡ  କମ୍ପାନି ସହ ଲିଙ୍କ୍ ଅଭିଯୋଗରେ ଓଡ଼ିଶା ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀ ଆଜି ସିବିଆଇ ନିକଟରେ ହାଜର ହୋଇଛନ୍ତି। ସିବିଆଇ ରଜତଙ୍କୁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ପଚରାଉଚରା କରିଥିବା ଜଣାପଡ଼ିଛି। ଅର୍ଥତତ୍ତ୍ୱ ସହ ଅର୍ଥ କାରବାର ଲିଙ୍କ୍ ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ସିବିଆଇ ସୂତ୍ରରୁ ଜଣାପଡ଼ିଛି।

ବିଜେଡି ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, “ଯୁବ କଂଗ୍ରେସ ସଭାପତି ରଜତ ଚୌଧୁରୀଙ୍କୁ ସିବିଆଇ ଜେରା କରୁଛି। ସିବିଆଇ ତାଙ୍କୁ ତିନିଥର ଜେରା କରିସାରିଲାଣି।  ମନ୍ତ୍ରୀ ସଞ୍ଜୟ ଦାସବର୍ମାଙ୍କୁ ଗୋଟିଏ ନୋଟିସରେ କଂଗ୍ରେସ ନୈତିକତାର ପ୍ରଶ୍ନ ଉଠାଉଥିଲା। କିନ୍ତୁ ଯୁବ କଂଗ୍ରେସ ସଭାପତିଙ୍କୁ ସିବିଆଇ ତିନିଥର ଜେରା କରିଲାଣି, ଆମେ ଅପେକ୍ଷା କରିଛୁ  ତାଙ୍କର ମାନ୍ୟବର ସଭାପତି କଣ କରିବେ।”

କଂଗ୍ରେସ ନେତା ଲୁଲୁ ମହାପାତ୍ର କହିଛନ୍ତି,“ ଚିଟଫଣ୍ଡ ଲିଙ୍କରେ ‘ଯଦି ଯୁବ ସଭାପତି  ଥାଆନ୍ତି ତାଙ୍କୁ ତୁରନ୍ତ ସିବିଆଇ ଗିରଫ କରିବା ଦରକାର।”

ପିସିସି ସଭାପତି  ପ୍ରସାଦ ହରିଚନ୍ଦନ କହିଛନ୍ତି ଯେ, କେଉଁ ବିଷୟରେ ପଚରାଉଚରା କରାଯାଇଛି ତାହା ସିବିଆଇ ସ୍ପଷ୍ଟ କରିବା ଉଚିତ୍।

 

 

Related story