ଚିଟଫଣ୍ଡ ଠକେଇର ଶିକାର ଜମାକାରୀଙ୍କ ଟଙ୍କା ଫେରସ୍ତ ଲାଗି ହୋଇଥିବା ନୂଆ ଗାଇଡଲାଇନକୁ ବିରୋଧ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇର ଶିକାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ଜାରୀ କରିଥିବା ନୂଆ ଗାଇଡ ଲାଇନକୁ ନେଇ ଆପତ୍ତି ଉଠାଇଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ଏପଟେ  ବିରୋଧୀ ମଧ୍ୟ ଏହି ଗାଇଡଲାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ୱ କରିବା ଲାଗି ସରକାର ଏଭଳି ଗାଇଡଲାଇନ ଆଣିଥିବା ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି। ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ଲାଗି ନୂଆ ବ୍ୟବସ୍ଥା ଅନୁସାରେ ଠକ […]

chitfund

Rakesh Mallick
  • Published: Sunday, 25 October 2015
  • , Updated: 25 October 2015, 02:44 PM IST

ଭୁବନେଶ୍ୱର: ଚିଟଫଣ୍ଡ ଠକେଇର ଶିକାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗ ଜାରୀ କରିଥିବା ନୂଆ ଗାଇଡ ଲାଇନକୁ ନେଇ ଆପତ୍ତି ଉଠାଇଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ଏପଟେ  ବିରୋଧୀ ମଧ୍ୟ ଏହି ଗାଇଡଲାନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ୱ କରିବା ଲାଗି ସରକାର ଏଭଳି ଗାଇଡଲାଇନ ଆଣିଥିବା ବିଜେପି ଓ କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି।

ଚିଟଫଣ୍ଡ ଜମାକାରୀଙ୍କ ଟଙ୍କା ଫେରସ୍ତ ଲାଗି ନୂଆ ବ୍ୟବସ୍ଥା ଅନୁସାରେ ଠକ ସଂସ୍ଥାଙ୍କ ସମ୍ପତ୍ତି ବ୍ୟାଜାପ୍ତି ନେଇ କୋର୍ଟଙ୍କ ରାୟ ପରେ କମ୍ପିଟେଣ୍ଟ ଅଥରିଟି ବା ଏଡିଏମଙ୍କ ପାଖରେ ଜମାକାରୀଙ୍କୁ  ଆଉ ଥରେ ଆବେଦନ କରିବାକୁ ପଡିବ। ସେହିପରି ଏଡିଏମ୍ ପ୍ରସ୍ତୁତ କରିଥିବା ଜମାକାରୀଙ୍କ ପ୍ରାଥମିକ ତାଲିକା ଓ ତଦନ୍ତ ସଂସ୍ଥାଙ୍କ ପାଖରେ ଥିବା ଡାଟା ବେସ୍ ମେଳ ନ ଖାଇଲେ ଆଉ ଥରେ ଏହାର ଯାଞ୍ଚ ହେବ। ତେବେ ଏହି ବ୍ୟବସ୍ଥାକୁ ବିରୋଧ କରିଛି କ୍ଷତିଗ୍ରସ୍ତ ମିଳିତ ମଞ୍ଚ। ସେହିପରି ସରଜମିନ ତଦନ୍ତ ଲାଗି ଗଠନ ହେବାକୁ ଥିବା ଟିମକୁ ନେଇ ମଧ୍ୟ ମଞ୍ଚ ଆପତ୍ତି ଉଠାଇଛି। ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ୱ କରିବା ଲାଗି ସରକାର ଏପରି କରିଥିବା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଜଏଣ୍ଟ କନଭେନର ଅନୁରାଧା ସୁବୁଦ୍ଧି କହିଛନ୍ତି। ଏପଟେ ନୂଆ ଗାଇଡ ଲାଇନକୁ ନାପସନ୍ଦ କରିଛନ୍ତି ପିସିସି ସମନ୍ୱୟ କମିଟି ସଦସ୍ୟ ନିରଞ୍ଜନ ପଟ୍ଟନାୟକ ଏବଂ ବିଜେପି ରାଜ୍ୟ ଉପସଭାପତି ପ୍ରତାପ ଷଡଙ୍ଗୀ। ଜମାକାରୀଙ୍କୁ ଭୂଆଁ ବୁଲାଇବା ପାଇଁ ସରକାର ଏହି ଚାଲ ଖେଳିଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ନୂଆ ଗାଇଡ୍ ଲାଇନ ଦ୍ୱାରା ଜମାକାରୀଙ୍କୁ ଟଙ୍କା ଫେରସ୍ତ ସହଜ ହେବ ବୋଲି ବିଜେଡି ମୁଖପାତ୍ର ପ୍ରତାପ ଜେନା କହିଛନ୍ତି ।

Related story