ପ୍ରଭୁ ଜିଶୁଖ୍ରୀଷ୍ଟଙ୍କ ପାଇଁ ସବୁଠି ପ୍ରସ୍ତୁତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଡ଼ଦିନ। ଧରାପୃଷ୍ଟକୁ ପର୍ଦାପଣ କରିବେ ପ୍ରଭୁ ଜିଶୁଖ୍ରୀଷ୍ଟ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱର,କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ସମେତ ଅନ୍ୟ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଲୋକେ ବଡ଼ଦିନ ପାଇଁ ଖାସ୍ ସପିଂ କରିଛନ୍ତି। ନୂଆ କପଡ଼ା କିଣିବା ସହ ଭଳିକି ଭଳି ଖାଦ୍ୟ ପାଇଁ ବଜାରରେ ଭିଡ଼ ଜମିଛି। ସେପଟେ ଫୁଲବାଣୀ ସ୍ଥିତ ବାପଟିଷ୍ଟ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମୋତ୍ସବ ପୂର୍ବରୁ, କାରୋଲ ଉପାସନା […]

g-908

Tapas Behera
  • Published: Tuesday, 24 December 2019
  • , Updated: 24 December 2019, 04:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ବଡ଼ଦିନ। ଧରାପୃଷ୍ଟକୁ ପର୍ଦାପଣ କରିବେ ପ୍ରଭୁ ଜିଶୁଖ୍ରୀଷ୍ଟ। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରସ୍ତୁତି। ରାଜଧାନୀ ଭୁବନେଶ୍ୱର,କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର, ପୁରୀ ସମେତ ଅନ୍ୟ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଲୋକେ ବଡ଼ଦିନ ପାଇଁ ଖାସ୍ ସପିଂ କରିଛନ୍ତି। ନୂଆ କପଡ଼ା କିଣିବା ସହ ଭଳିକି ଭଳି ଖାଦ୍ୟ ପାଇଁ ବଜାରରେ ଭିଡ଼ ଜମିଛି। ସେପଟେ ଫୁଲବାଣୀ ସ୍ଥିତ ବାପଟିଷ୍ଟ ଚର୍ଚ୍ଚରେ ପ୍ରଭୁ ଯୀଶୁଙ୍କ ଜନ୍ମୋତ୍ସବ ପୂର୍ବରୁ, କାରୋଲ ଉପାସନା ଆରମ୍ଭ କରିଦେଇଛନ୍ତି ।

ବିଭିନ୍ନ  ଖ୍ରୀଷ୍ଟ ଧର୍ମାବଲମ୍ବୀ ଚର୍ଚରେ କ୍ୟାଣ୍ଡେଲ ଜାଳି ସମୂହ ପ୍ରାର୍ଥନା କରିବା ସହ ଖ୍ରୀଷ୍ଟୀୟ ଉଦଯୋଗୀ ସମିତି ର ସଦସ୍ୟ ସଦସ୍ୟା ମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବାଣୀ ପରିବେଷଣ କରିଥିଲେ। ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ କାହାଣୀ ଏବଂ ସଂସାର ପାଇଁ ତାଙ୍କ ସନ୍ଦେଶକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରାର୍ଥନା ପରିବେଷଣ କରାଯାଇଥିଲା । ଏହାସହ ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Related story