ବାଃ ବାଃରେ ପବ୍ଲିକ୍‌ ! ଲୁଟିନେଲେ ଦୁଇକୋଟିର ସିଗାରେଟ୍‌ !

ଖୋର୍ଦ୍ଧା (ବଳରାମ ଲେଙ୍କା): ଖାଦ୍ୟ ସାମଗ୍ରୀ ହେଉ ବା ଟଙ୍କା ଲୁଟ୍‌ ହେବାର ନଜିର ରହିଛି। ମାତ୍ର ସିଗାରେଟ୍‌ ଲୁଟ୍‌ ହେବାର କେବେ ଶୁଣିଛନ୍ତି କି? ହଁ ଆଜ୍ଞା, ଆଜି ଏମିତି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ବିଜୟୱାଡ଼ା ଯାଉଥିବା ଏକ କଣ୍ଟେନରରୁ ପ୍ରାୟ ୨ କୋଟି ଟଙ୍କାର ସିଗାରେଟ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଗାଡ଼ି ଚାଳକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଏକ […]

cigarate

Ordigital Desk
  • Published: Saturday, 04 August 2018
  • , Updated: 04 August 2018, 07:26 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ଖାଦ୍ୟ ସାମଗ୍ରୀ ହେଉ ବା ଟଙ୍କା ଲୁଟ୍‌ ହେବାର ନଜିର ରହିଛି। ମାତ୍ର ସିଗାରେଟ୍‌ ଲୁଟ୍‌ ହେବାର କେବେ ଶୁଣିଛନ୍ତି କି?

ହଁ ଆଜ୍ଞା, ଆଜି ଏମିତି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲାରେ ଘଟିଛି। ବିଜୟୱାଡ଼ା ଯାଉଥିବା ଏକ କଣ୍ଟେନରରୁ ପ୍ରାୟ ୨ କୋଟି ଟଙ୍କାର ସିଗାରେଟ୍‌ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ଗାଡ଼ି ଚାଳକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଗତକାଲି ଏକ ସିଗାରେଟ୍‌ ବୋଝେଇ କଣ୍ଟେନର୍‌ କୋଲ୍‌କାତାରୁ ବିଜୟୱାଡ଼ା ଯାଉଥିଲା। ଜାତୀୟ ରାଜପଥ-୧୬ର ରାମେଶ୍ୱର ଛକ ନିକଟରେ କିଛି ଦୁର୍ବୃତ୍ତ ଗାଡ଼ିଟିକୁ ଅଟକାଇଥିଲେ।

ପରେ ଗାଡ଼ିରେ ଥିବା ପ୍ରାୟ ୨ କୋଟିର ଟଙ୍କାର ସିଗାରେଟ୍‌ ଲୁଟି ନେଇଥିଲେ। କଣ୍ଟେନରକୁ ବାଙ୍କୀ ନିକଟରେ ଛାଡ଼ି ପଳାଇ ଯାଇଥିଲେ।

ଏନେଇ ଗାଡ଼ି ଚାଳକ ଆଜି ନିରାକାରପୁର ଥାନାରେ ଏତଲା ଦେଇଛନ୍ତି।

Related story