ପଞ୍ଜାବରେ ସଡ଼କ ଦୁର୍ଘଟଣାରେ ଓଡ଼ିଆ ଯବାନଙ୍କ ମୃତ୍ୟୁ

ଲଖନପୁର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ସିଆଇଏସ୍‌ଏଫ୍‌ର ଓଡ଼ିଆ ଯବାନ ବିଶ୍ୱଜିତ ମେହେରଙ୍କର ଲୁଧିଆନାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ନିଜ ଘର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଓଠଦେରା ଗାଁରେ। ସେ ୨୦୧୧ ନଭେମ୍ବରରେ ସିଆଇଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ସେ ମୁମ୍ବାଇରେ ଅବସ୍ଥାପିତ ହୋଇଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଲୁଧିଆନାରେ ମୁତୟନ ହୋଇଥିଲେ। ବିଶ୍ୱଜିତ ଗତମାସରେ ବିବାହ କରିଥିବା ବେଳେ ଚଳିତ ମାସ […]

biswajitmeher

Rakesh Mallick
  • Published: Tuesday, 31 January 2017
  • , Updated: 31 January 2017, 08:24 AM IST

ଲଖନପୁର: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସୁରକ୍ଷା କାର୍ଯ୍ୟରେ ମୁତୟନ ହୋଇଥିବା ସିଆଇଏସ୍‌ଏଫ୍‌ର ଓଡ଼ିଆ ଯବାନ ବିଶ୍ୱଜିତ ମେହେରଙ୍କର ଲୁଧିଆନାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ତାଙ୍କ ନିଜ ଘର ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ଅନ୍ତର୍ଗତ ଓଠଦେରା ଗାଁରେ। ସେ ୨୦୧୧ ନଭେମ୍ବରରେ ସିଆଇଏସ୍‌ଏଫ୍‌ରେ ଯୋଗ ଦେଇଥିଲେ। ସେ ମୁମ୍ବାଇରେ ଅବସ୍ଥାପିତ ହୋଇଥିବା ବେଳେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଲୁଧିଆନାରେ ମୁତୟନ ହୋଇଥିଲେ।

ବିଶ୍ୱଜିତ ଗତମାସରେ ବିବାହ କରିଥିବା ବେଳେ ଚଳିତ ମାସ ୧୧ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଚ୍ଛାୟା ଖେଳି ଯାଇଛି।

Related story