ଦାଦା ଝିଆରୀଙ୍କୁ ମରଣାନ୍ତକ ଆକ୍ରମଣ

ବିନିକା(ଦିଲୀପ ସାହୁ): ଦାଦାକୁ  ଦାଦା ଝିଆରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁରେ ଏଭଳି ଘଟଣା ଘଟିଛି। ଦାଦା ଛବି ବାଗ ଓ ଝିଆରୀ ସ୍ଵାଗତିକା ବାଗଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ଚୁଲୀମାଲ ଗାଁରେ। ସ୍ଵାଗତିକା ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳେ ସ୍ଵାଗତିକା ଆଡମିଟ୍‌ କାର୍ଡ ନେବାକୁ ସ୍କୁଲକୁ ଯାଉଥିଲେ। ଏହି ସମୟରେ ଚୁଲୀମାଲ […]

binika

Tapaswini Nayak
  • Published: Tuesday, 26 April 2022
  • , Updated: 26 April 2022, 11:35 AM IST

ବିନିକା(ଦିଲୀପ ସାହୁ): ଦାଦାକୁ  ଦାଦା ଝିଆରୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁରେ ଏଭଳି ଘଟଣା ଘଟିଛି। ଦାଦା ଛବି ବାଗ ଓ ଝିଆରୀ ସ୍ଵାଗତିକା ବାଗଙ୍କୁ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଘର ଚୁଲୀମାଲ ଗାଁରେ। ସ୍ଵାଗତିକା ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି।

ଆଜି ସକାଳେ ସ୍ଵାଗତିକା ଆଡମିଟ୍‌ କାର୍ଡ ନେବାକୁ ସ୍କୁଲକୁ ଯାଉଥିଲେ। ଏହି ସମୟରେ ଚୁଲୀମାଲ ଗାଁ ନିକଟରେ ଦାଦା  ଛବିଙ୍କୁ କିଛି ଲୋକ ବାଡ଼ିଆପିଟା କରୁଥିବା ଦେଖିଥିଲେ।  ସ୍ଵାଗତିକା କକାଙ୍କୁ ଛଡ଼ାଇବାକୁ ଗଲା ବେଳେ ଦୁର୍ବୃତ୍ତମାନେ ତାଙ୍କ  ମୁଣ୍ଡକୁ ଠେଙ୍ଗାରେ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଏନେଇ ସ୍ୱାଗତିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି।

ଗ୍ରୀଷ୍ମ ପ୍ରବାହ ପାଇଁ ଆଜିଠାରୁ ୫ ଦିନ ଯାଏ ସବୁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ସରକାର। ସ୍ୱାଗତିକ ସ୍କୁଲ ଛୁଟି ଅଛି ବୋଲି ଜାଣିନଥିଲେ।

Related story