ସ୍କୁଲ୍‌ରେ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ମୋହନା(ମିହିର ଜତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର ସ୍ଥିତ ଏକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରୀନା ଦଳବେହେରା। ତାଙ୍କ ଘର ବୁର୍ଦୁଗୁଡ଼ା ଗାଁରେ। ଗତକାଲି ସେ ସ୍କୁଲ୍‌ରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍କୁଲ କର୍ତ୍ତୃପକ୍ଷ ଓ ପରିବାର ଲୋକେ ତାଙ୍କୁ  ଆର. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। […]

student

Jyoshna Pradhan
  • Published: Sunday, 11 August 2019
  • , Updated: 11 August 2019, 08:32 AM IST

ମୋହନା(ମିହିର ଜତି): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ସମ୍ବଲପୁର ସ୍ଥିତ ଏକ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ରୀନା ଦଳବେହେରା। ତାଙ୍କ ଘର ବୁର୍ଦୁଗୁଡ଼ା ଗାଁରେ।

ଗତକାଲି ସେ ସ୍କୁଲ୍‌ରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ସ୍କୁଲ କର୍ତ୍ତୃପକ୍ଷ ଓ ପରିବାର ଲୋକେ ତାଙ୍କୁ  ଆର. ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story