ପେନ୍‌ସନ୍‌ ପାଇଁ ନେଉଥିଲେ ଲାଞ୍ଚ, ଧରାପଡ଼ିଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରିଭାଇଜ୍‌ଡ୍‌ ପେନ୍‌ସନ୍‌ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଜଣେ କିରାଣୀ ଧରାପଡ଼ିଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକରେ ଘଟିଛି। ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେଉଥିବା କିରାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗୁଡ଼ଭେଲା ବ୍ଲକ ସାଲେପାଲି ଗାଁର ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ରିଭାଇଜଡ୍‌ ପେନସନ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ଡମଣ ପ୍ରସାଦ ମିଶ୍ର। […]

CLERK-ARRESTED-WHILE-ACCEPTING-BRIBE-FROM-A-PENSIONER

Manoranjan Sial
  • Published: Tuesday, 20 August 2019
  • , Updated: 20 August 2019, 04:46 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରିଭାଇଜ୍‌ଡ୍‌ ପେନ୍‌ସନ୍‌ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଜଣେ କିରାଣୀ ଧରାପଡ଼ିଛନ୍ତି। ଏପରି ଘଟଣା ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଲକରେ ଘଟିଛି। ଭିଜିଲାନ୍ସ ଅଧିକାରୀମାନେ ଲାଞ୍ଚ ନେଉଥିବା କିରାଣୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

ଗୁଡ଼ଭେଲା ବ୍ଲକ ସାଲେପାଲି ଗାଁର ଅବସରପ୍ରାପ୍ତ ଶିକ୍ଷକ ହାଡୁ ଭୋଇଙ୍କ ରିଭାଇଜଡ୍‌ ପେନସନ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କିରାଣୀ ଡମଣ ପ୍ରସାଦ ମିଶ୍ର। ଏ ସମ୍ପର୍କରେ ହାଡୁ ବଲାଙ୍ଗିର ଭିଜିଲାନ୍ସ ବିଭାଗରେ ଜଣାଇଥିଲେ। ଯୋଜନା ମୁତାବକ ଡମଣ ପ୍ରସାଦ ମିଶ୍ର ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରି ଲାଞ୍ଚ ଟଙ୍କା ଜବତ କରିଥିଲେ। ପରେ ଭିଜିଲାନ୍ସ ଅଧିକାରୀମାନେ କିରାଣୀଙ୍କ ସୋନପୁର ଜିଲ୍ଲା ଅର୍ନ୍ତଗତ ପଥରଟେକା ଗାଁରେ ଥିବା ଘରେ ମଧ୍ୟ ଚଢଉ କରିଥିଲେ।

Related story