ଏବେ ଆଶ୍ୱସ୍ତି, ୩ ଦିନ ପରେ ବଦଳିବ ପାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ଦିନ ପରେ ରାଜ୍ୟରେ ପାଗରେ ହୋଇପାରେ ପରିବର୍ତ୍ତନ । ଦିନର ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ବର୍ତ୍ତମାନ ପାଣିପାଗର ସ୍ଥିତି ଅନୁସାରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳ ଓ ଝାଡ଼ଖଣ୍ଡଠାରୁ ପଶ୍ଚିମବଙ୍ଗ ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା […]

rain

Niharika Rout
  • Published: Monday, 05 April 2021
  • , Updated: 05 April 2021, 04:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୩ ଦିନ ପରେ ରାଜ୍ୟରେ ପାଗରେ ହୋଇପାରେ ପରିବର୍ତ୍ତନ । ଦିନର ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ତେବେ ବର୍ତ୍ତମାନ ପାଣିପାଗର ସ୍ଥିତି ଅନୁସାରେ ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

ଦକ୍ଷିଣ ଛତିଶଗଡ଼ ଓ ଏହାର ଆଖପାଖ ଅଞ୍ଚଳ ଓ ଝାଡ଼ଖଣ୍ଡଠାରୁ ପଶ୍ଚିମବଙ୍ଗ ଉପରେ ରହିଛି ଘୂର୍ଣ୍ଣିବଳୟ । ଏହା ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୨ରୁ ୩ ଦିନ ମଧ୍ୟରେ ତାପମାତ୍ରାରେ ବଡ଼ଧରଣର ପରିବର୍ତ୍ତନ ସମ୍ଭାବନା ନାହିଁ। ୩ ଦିନ ପରେ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ସମ୍ଭାବନା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

 

Related story