ଅଫିସରଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା: ଗୁରୁତ୍ୱ ହରାଉଛନ୍ତି ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଫିସରମାନେ ଅଧିକ ପ୍ରଭାବଶାଳୀ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ଓ ମନ୍ତ୍ରୀ-ବିଧାୟକ ବି ସେମାନଙ୍କ ଆଗରେ ନିଜକୁ ଅସହାୟ ମଣୁଛନ୍ତି। ଗତ କିଛିବର୍ଷ ଧରି ଏଭଳି ଚର୍ଚ୍ଚା ଓଡ଼ିଶାରେ ଲାଗି ରହିଛି। ଆଉ ସୋଶାଲ ମିଡିଆରେ ଘୁରିବୁଲୁଥିବା ୨ଟି ଫଟୋଚିତ୍ରକୁ ଦେଖିଲେ ରାଜ୍ୟରେ ସରକାର(ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ)ଙ୍କୁ କିଭଳି ଗୁରୁତ୍ୱହୀନ କରାଯାଉଛି ତାହା ଯେକେହି ସହଜେ ଅନୁଭବ କରିପାରିବେ। ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ଆଜି ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ […]

bjd-in-rkl

bjd-in-rkl

Manoranjan Sial
  • Published: Friday, 01 March 2019
  • Updated: 01 March 2019, 07:35 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଫିସରମାନେ ଅଧିକ ପ୍ରଭାବଶାଳୀ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି ଓ ମନ୍ତ୍ରୀ-ବିଧାୟକ ବି ସେମାନଙ୍କ ଆଗରେ ନିଜକୁ ଅସହାୟ ମଣୁଛନ୍ତି। ଗତ କିଛିବର୍ଷ ଧରି ଏଭଳି ଚର୍ଚ୍ଚା ଓଡ଼ିଶାରେ ଲାଗି ରହିଛି। ଆଉ ସୋଶାଲ ମିଡିଆରେ ଘୁରିବୁଲୁଥିବା ୨ଟି ଫଟୋଚିତ୍ରକୁ ଦେଖିଲେ ରାଜ୍ୟରେ ସରକାର(ମନ୍ତ୍ରୀ-ମୁଖ୍ୟମନ୍ତ୍ରୀ)ଙ୍କୁ କିଭଳି ଗୁରୁତ୍ୱହୀନ କରାଯାଉଛି ତାହା ଯେକେହି ସହଜେ ଅନୁଭବ କରିପାରିବେ।

ରାଜ୍ୟର ବିଭିନ୍ନ ସମ୍ବାଦପତ୍ରରେ ଆଜି ଓଡ଼ିଶା ସରକାରଙ୍କ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ମଣ୍ଡପରେ ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନକୁ ନେଇ ଏକ ବିଜ୍ଞାପନ ଦିଆଯାଇଛି। ଏହି ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଯୋଗଦେବେ ବୋଲି ସୂଚନା ଦିଆଯାଇଛି। ରାଜ୍ୟ ସଂସ୍କୃତି ନିର୍ଦ୍ଦେଶକ ବିଜୟ କୁମାର ନାୟକଙ୍କ ପକ୍ଷରୁ ଦିଆଯାଇଥିବା ଏହି ବିଜ୍ଞାପନରେ ମୁଖ୍ୟ ଅତିଥି ତଥା ମନ୍ତ୍ରୀଙ୍କ ନାଁ ଅଶୋକ ଚନ୍ଦ୍ର ପଣ୍ଡା ପରିବର୍ତ୍ତେ ଅଶୋକ ଚନ୍ଦ୍ର ରଥ ଲେଖାଯାଇଛି। ତେବେ ପ୍ରଶ୍ନ ଉଠୁଛି, ଗୋଟିଏ ସରକାରୀ ବିଜ୍ଞାପନରେ ଏତେ ବଡ଼ ତ୍ରୁଟି କିଭଳି ହେଲା? ବିଜ୍ଞାପନଟିଏ ସମ୍ବାଦପତ୍ରକୁ ଜାରି ହେବା ପୂର୍ବରୁ ତା’ର ବିଷୟବସ୍ତୁ ବିଭିନ୍ନସ୍ତରରେ ଯାଞ୍ଚ ହୋଇ ଶେଷରେ ବିଭାଗୀୟ ନିର୍ଦ୍ଦେଶକ ଓ ସଚିବଙ୍କ ଅନୁମୋଦନ ଲୋଡ଼ାଯାଇଥାଏ। ଏପରିକି କେତେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଯୁଗ୍ମ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅନୁମତି ବି ନିଆଯାଇଥାଏ। ଏତେସ୍ତରରେ ଯାଞ୍ଚ ସତ୍ତ୍ୱେ ମୁଖ୍ୟ ଅତିଥି ତଥା ବିଭାଗୀୟ ମନ୍ତ୍ରୀଙ୍କ ନାଁ କିଭଳି ଭୁଲ୍ ଭାବେ ପ୍ରକାଶ ପାଇଲା? ଏହା ବିଭାଗୀୟ ମନ୍ତ୍ରୀଙ୍କ ପ୍ରତି ସରକାରୀ କଳର ବେପରୁୱା ମନୋଭାବକୁ ଦର୍ଶାଉଛି।

ସେହିପରି ଅନ୍ୟ ଏକ ଫଟୋଚିତ୍ରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ କିଛି ସୁରକ୍ଷା କର୍ମୀ ଛତା ଦେଖାଇ ଗାଡ଼ି ପାଖକୁ ପାଛୋଟି ନେଉଛନ୍ତି। ଆଉ ତାଙ୍କ ପଛରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ଛତାରେ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ଗହଣରେ ଗାଡ଼ି ପାଖକୁ ଆସୁଛନ୍ତି। ଯଦିଓ ଶ୍ରୀ ପାଣ୍ଡିଆନଙ୍କୁ କୌଣସି ବ୍ୟକ୍ତିଗତ ସୁରକ୍ଷାକର୍ମୀ ଉପଲବ୍ଧ କରାଯାଇନାହିଁ। ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ତାଙ୍କର ବ୍ୟକ୍ତିଗତ ସଚିବ ଶ୍ରୀ ପାଣ୍ଡିଆନଙ୍କୁ ଅଧିକ ଥାଟବାଟରେ ସୁରକ୍ଷା କର୍ମୀମାନେ ଗାଡ଼ି ପାଖକୁ ନେଇ ଯାଉଛନ୍ତି। ତେବେ ପ୍ରଶ୍ନଉଠୁଛି, ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଏତେ ଗୁରୁତ୍ୱ ମିଳୁଛି କାହିଁକି ?

ଜଣେ ବରିଷ୍ଠ ସରକାରୀ ଅଧିକାରୀ ନିଜ ନାମ ଗୁପ୍ତ ରଖିବା ସର୍ତ୍ତରେ କହିଛନ୍ତି ଯେ, ଏବେ ଯେଉଁ ସ୍ଥିତି ଉପୁଜିଛି ସେଥିପାଇଁ ଖୋଦ୍ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମାନେ ଦାୟୀ। କିଛି ନିର୍ଦ୍ଦିଷ୍ଟ ସରକାରୀ ଅଫିସରଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅତ୍ୟଧିକ ନିର୍ଭରଶୀଳ ହୋଇ ରହିଛନ୍ତି। ଆଉ ଏପଟେ ମନ୍ତ୍ରୀମାନେ ନିଜର ସ୍ୱାର୍ଥ ପାଇଁ ଅଫିସରମାନଙ୍କ ସହ ସାଲିସ୍ କରିବାକୁ ବାଧ୍ୟ ହେଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସରକାରୀ ଅଫିସରମାନେ ଏବେ ଉଭୟ ବିଜେଡି ଓ ସରକାରର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବାରୁ ସେହି ଅଫିସରମାନଙ୍କ ଆଗରେ ବିଜେଡିର ବିଧାୟକ,ସାଂସଦ ଓ ମନ୍ତ୍ରୀମାନେ ନିଜକୁ ଅସହାୟ ମଣୁଛନ୍ତି। ଯଦି ମନ୍ତ୍ରୀ ଓ ବିଧାୟକମାନେ ନିଜର ପଦମର୍ଯ୍ୟାଦାକୁ ଦୃଷ୍ଟିରେ ରଖି ସେହି ଅଫିସରମାନଙ୍କୁ ‘ବୁକ୍ ସର୍କୁଲାର-୪୭’ ପାଠ ପଢ଼ାଇବାର ସତସାହସ ଜୁଟାନ୍ତେ ତା'ହେଲେ ସରକାର(ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ)ଙ୍କ ପଦମର୍ଯ୍ୟାଦା ଓ ଗରିମା ରକ୍ଷା ହୋଇପାରନ୍ତା। କିନ୍ତୁ ପରିତାପର ବିଷୟ, ଏହି ମନ୍ତ୍ରୀ ଓ ବିଧାୟକମାନେ ଏବେ ସମ୍ପୃକ୍ତ ଅଫିସରମାନଙ୍କୁ ଦେଖା କରିବା ପାଇଁ ଘଣ୍ଟାଘଣ୍ଟା ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଗୁରୁତ୍ୱହୀନ କରିବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କିଛି ଅଫିସର ଯେଉଁ ପରମ୍ପରା ସୃଷ୍ଟି କରିଛନ୍ତି ତାହା ଏବେ ବ୍ଲକସ୍ତର ପର୍ଯ୍ୟନ୍ତ ଅନୁଭୂତ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story