ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ହେଲିକପ୍ଟରରେ ଯାଇ ଶେରଗଡ଼ରେ ପହଞ୍ଚିଥିଲେ। ସେଠାରେ ସେ ଶେରଗଡ଼ ଜୁଡିସିଆଲ ମାଜିଷ୍ଟେଟ୍‌ ଫାଷ୍ଟକ୍ଲାସ କୋର୍ଟର  ଉଦ୍‌ଘାଟନ କରିଥିଲେ। ପରେ ହିଞ୍ଜିଳି ଓ ସାନଖେମୁଣ୍ଡିରେ ବିଭିନ୍ନ ଯୋଜନାର ଭିତ୍ତିପ୍ରସ୍ତର ସ୍ଥାପନ ସହ ଉଦ୍‌ଘାଟନ କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ କରିବା ସହ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ।

ganjam

Rakesh Mallick
  • Published: Saturday, 19 November 2016
  • , Updated: 19 November 2016, 04:42 PM IST

Related story