ମହାନଦୀ ଜଳ ବିବାଦର ସମାଧାନ ପାଇଁ ଶୀଘ୍ର ଟ୍ରିବ୍ୟୁନାଲ ଗଠନ କରିବାକୁ ମୋଦିଙ୍କୁ ନବୀନଙ୍କ ଚିଠି

Ordigital Desk
  • Published: Friday, 17 November 2017
  • , Updated: 17 November 2017, 10:23 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦର ସମାଧାନ ଲାଗି ତୁରନ୍ତ ଟ୍ରିବ୍ୟୁନାଲ ଗଠନ ଲାଗି ବିଜ୍ଞପ୍ତି ଜାରି କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ଦାବି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଗତବର୍ଷ ନଭେମ୍ବର ୧୯ ତାରିଖରେ କେନ୍ଦ୍ର ନିକଟରେ ବିଦ୍ଧିବଧ ଆବେଦନ କରାଯାଇଥିଲା। ଆସନ୍ତାକାଲି ଏହି ଆବେଦନକୁ ବର୍ଷେ ପୂରଣ ହେଉଛି। ବର୍ଷକ ମଧ୍ୟରେ କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ଆବେଦନକୁ ଗ୍ରହଣ କରି ପଦକ୍ଷେପ ନେବାର ବ୍ୟବସ୍ଥା ଥିଲେ ବି ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନି। ତେଣୁ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ ଗଠନ ପାଇଁ ତୁରନ୍ତ ବିଜ୍ଞପ୍ତି ଜାରି କରିବା ଦିଗରେ ପ୍ରଧାନମନ୍ତ୍ରୀ ନିଜେ ହସ୍ତକ୍ଷେପ କରି ଏ ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ଲାଗି ମୁଖ୍ୟମନ୍ତ୍ରୀ ଚିଠି ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।</p> <p>ସେପଟେ ଟ୍ରିବ୍ୟୁନାଲ ଗଠନ ନେଇ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ହୋଇ ସାରିଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟରେ ପୂର୍ବରୁ କେନ୍ଦ୍ର ସରକାର ସୂଚନା ଦେଇଥିଲେ।</p>

Related story