ଶହେ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଲୋକାର୍ପିତ

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଶହେଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଲୋକାର୍ପିତ କରିଛନ୍ତି। ଆଜି ଲୋକାର୍ପିତ ହୋଇଥିବା ରାଜ୍ୟର ୧୭ଟି ଜିଲ୍ଲାର ଏହି ୧୦୦ ପ୍ରକଳ୍ପ ମଧ୍ୟରୁ ବାଲେଶ୍ୱରରେ ୧୨ଟି, ବରଗଡ଼ରେ ଗୋଟିଏ, ଭଦ୍ରକରେ ୧୦ଟି, ବୌଦ୍ଦରେ ୨ଟି, କଟକରେ ୩ଟି, ଗଞ୍ଜାମରେ ୧୬ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ୨ଟି, କେନ୍ଦ୍ରାପଡ଼ାରେ ୧୦ଟି, ଖୋର୍ଦ୍ଧାରେ ୧୨ଟି ଓ ପୁରୀରେ ସର୍ବାଧିକ ୨୦ଟି ଆଶ୍ରୟସ୍ଥଳୀ ରହିଛି। ଏହି ଆଶ୍ରୟସ୍ଥଳୀ ଗୁଡ଼ିକ ବିପର୍ଯ୍ୟୟ […]

cm

Rakesh Mallick
  • Published: Friday, 05 August 2016
  • , Updated: 05 August 2016, 05:06 PM IST

ଭୁବନେଶ୍ୱର: ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଶହେଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ଲୋକାର୍ପିତ କରିଛନ୍ତି।

ଆଜି ଲୋକାର୍ପିତ ହୋଇଥିବା ରାଜ୍ୟର ୧୭ଟି ଜିଲ୍ଲାର ଏହି ୧୦୦ ପ୍ରକଳ୍ପ ମଧ୍ୟରୁ ବାଲେଶ୍ୱରରେ ୧୨ଟି, ବରଗଡ଼ରେ ଗୋଟିଏ, ଭଦ୍ରକରେ ୧୦ଟି, ବୌଦ୍ଦରେ ୨ଟି, କଟକରେ ୩ଟି, ଗଞ୍ଜାମରେ ୧୬ଟି, ଜଗତସିଂହପୁରରେ ୨ଟି, ଯାଜପୁରରେ ୨ଟି, କେନ୍ଦ୍ରାପଡ଼ାରେ ୧୦ଟି, ଖୋର୍ଦ୍ଧାରେ ୧୨ଟି ଓ ପୁରୀରେ ସର୍ବାଧିକ ୨୦ଟି ଆଶ୍ରୟସ୍ଥଳୀ ରହିଛି।

ଏହି ଆଶ୍ରୟସ୍ଥଳୀ ଗୁଡ଼ିକ ବିପର୍ଯ୍ୟୟ ସମୟରେ ଲୋକଙ୍କ ଧନ ଜୀବନ ରକ୍ଷା କରିବା ସଙ୍ଗେସଙ୍ଗେ ଗୋଷ୍ଠୀସ୍ତରରେ ଭାଇଚାରା ସୃଷ୍ଟି କରିବାରେ ସହାଯ୍ୟ କରୁଛି। ଏଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଗୋଷ୍ଠୀସ୍ତରରେ ପରିଚାଳନା ସମିତି ଗଠନ କରାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ଆଶ୍ରୟସ୍ଥଳୀସ୍ତରରେ ଗାଁର ଯୁବକ, ଯୁବତୀମାନଙ୍କୁ ବିପର୍ଯ୍ୟୟ ପରିଚାଳନା ତାଲିମ ପ୍ରଦାନ କରାଯିବା ସହିତ ଆଶ୍ରୟସ୍ଥଳୀ ଗୁଡ଼ିକୁ ବିଭିନ୍ନ ପ୍ରକାର ଜରୁରୀକାଳୀନ ଯନ୍ତ୍ରପାତି ଯୋଗାଇ ଦିଆଯାଇଛି।

Related story