କଂଗ୍ରେସ ଗଡ଼ରେ ନବୀନ ଓ ରାମକ୍ରିପାଲ: ଘରକୁ ଘର ବୁଲିଲେ, ଭୋଟ୍‌ ମାଗିଲେ

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନୀ ବାଜି ଜିତିବା ପାଇଁ କଳ, ବଳ ଓ କୌଶଳ ଖଟାଇ ଜନତା ଜନାର୍ଦ୍ଦନଙ୍କ ମନ ଜିଣିବାକୁ ରାତିଦିନ ଏକ କରିଦେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ। ତେବେ ମୁଖ୍ୟ ଆକର୍ଷଣରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ଏମାନେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ନିଜ ବ୍ଲକ ଗାଇସିଲାଟ୍‌ରେ ଆଜି ଦମ୍‌ ଦେଖାଇଛନ୍ତି। ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରିଛନ୍ତି। ମାରାଥନ […]

Kovind in Bhubaneswar

Kovind in Bhubaneswar

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 09:44 PM IST

ବରଗଡ଼/ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପୁର ନିର୍ବାଚନୀ ବାଜି ଜିତିବା ପାଇଁ କଳ, ବଳ ଓ କୌଶଳ ଖଟାଇ ଜନତା ଜନାର୍ଦ୍ଦନଙ୍କ ମନ ଜିଣିବାକୁ ରାତିଦିନ ଏକ କରିଦେଇଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ। ତେବେ ମୁଖ୍ୟ ଆକର୍ଷଣରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ। ଏମାନେ କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ନିଜ ବ୍ଲକ ଗାଇସିଲାଟ୍‌ରେ ଆଜି ଦମ୍‌ ଦେଖାଇଛନ୍ତି। ଘରକୁ ଘର ବୁଲି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରିଛନ୍ତି।

ମାରାଥନ ପ୍ରଚାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ଥିଲା ଗାଇସିଲାଟ ବ୍ଲକ। କାରଣ ଏହି ବ୍ଲକଟି ହେଉଛି କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କର। ଏହି ବ୍ଲକର କଲଙ୍ଗାପାଲି ସାଧାରଣ ସଭାରେ ନବୀନ ବିକାଶର ମୁଦ୍ଦା ଉଠାଇ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଭୋଟ୍ ଭିକ୍ଷା କରିଥିଲେ। ପାନୀୟ ଜଳ ଯୋଗାଣ, କୋଶଲି ଭାଷା ଓ ବୁଣାକାର ସମସ୍ୟା ପ୍ରସଙ୍ଗରେ ପ୍ରତିଶ୍ରୁତି ଦେବା ସହ ବ୍ୟକ୍ତିଗତ ଭାବେ ଗାଇସିଲାଟର ବିକାଶ କାମ ନିଜେ ଦେଖିବେ ବୋଲି ନବୀନ କହିଥିଲେ। ଅପରାହ୍ନରେ ବିଜେପୁରରେ ସଭାରେ ଯୋଗଦେଇ ନବୀନ କହିଥିଲେ-“ମହାନଦୀ ପାଇଁ ଆମ ଲଢ଼େଇ ଜାରି ରହିଛି। ଆଗକୁ ଏହି ଲଢ଼େଇ ଜାରି ରହିବ। ମହାନଦୀ ମାମଲାରେ ସୁପ୍ରିମକୋର୍ଟ ଆମକୁ ନ୍ୟାୟ ଦେଲେ। ସୁପ୍ରିମକୋର୍ଟ ନିର୍ଦ୍ଦେଶରେ କେନ୍ଦ୍ର ଟ୍ରିବ୍ୟୁନାଲ ପାଇଁ ବାଧ୍ୟ ହେଲା।”

ସେହିପରି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ୍ ଯାଦବ। ସେ ଆଜି ଗାଇସିଲାଟ ବ୍ଲକ ଜଗଲପାଟ ସମେତ କଠଉମାଲ୍, ବରେଇମୁଣ୍ଡା ଆଦି ଗାଁରେ ସାଧାରଣ ସଭା କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଏହି ସଭାରେ ସୁରେଶ ପୂଜାରୀଙ୍କ ସହ ଅନ୍ୟାନ୍ୟ ନେତା ମଧ୍ୟ ଉପସ୍ଥିତ ଥିଲେ। ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରପାଲି ବ୍ଲକରେ ନିର୍ବାଚନୀ ସଭା କରି ରୀତା ସାହୁଙ୍କୁ ବର୍ଷେ ପାଇଁ ଜିତାଇବାକୁ ମୁଖ୍ୟମନ୍ତ୍ରୀ କାହିଁକି କହୁଛନ୍ତି ବୋଲି ପ୍ରଶ୍ନ କରିଥିଲେ? ବର୍ଷେ ପରେ ବିଜେପୁରରୁ ସୁଶାନ୍ତ ସିଂହ କିମ୍ବା ତାଙ୍କ ଭାଇଙ୍କୁ ପ୍ରାର୍ଥୀ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଥିବା କହିଛନ୍ତି ଧର୍ମେନ୍ଦ୍ର।

ବିଜେଡି ଓ ବିଜେପି ପରି କଂଗ୍ରେସ ମଧ୍ୟ ପଛରେ ନାହିଁ। ଦଳର ବରିଷ୍ଠ ନେତାକୁ ଧରି ପ୍ରଚାର ମୈଦାନକୁ ଓହ୍ଲାଇଛି ବରିଷ୍ଠ ନେତା ଶ୍ରୀକାନ୍ତ ଜେନା। ସେ ଆଜି ବରପାଲି ବ୍ଲକ ବନ୍ଧପାଲି ଗାଁରେ ପ୍ରଣୟ ସାହୁଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଛନ୍ତି। ଏହି ସମୟରେ ଜୟଦେବ ଜେନା, କିଶୋର ପଟେଲଙ୍କ ସମେତ ଅନ୍ୟାନ୍ୟ ନେତାମାନେ ଉପସ୍ଥିତ ଥିଲେ। ସେହିପରି ପ୍ରଦୀପ ମାଝୀ ଆଜି ବିଜେପୁରକୁ ପ୍ରଚାରରେ ଯାଇ ସମଲେଇପଦର, ବୈରାଗପାଲିରେ ପ୍ରଚାର କରିଛନ୍ତି। ଗାଇସିଲାଟ ବ୍ଲକରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରଣୟ ସାହୁଙ୍କ ପାଇଁ ପ୍ରଚାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story