Advertisment

୧୨୮ଟି ଗାଁର ସବୁ ପରିବାରକୁ ୭ଦିନ ରିଲିଫ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଯୋଗୁ ଜଳଘେରରେ ଥିବା ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ‘ୟାସ’ର ପ୍ରାଥମିକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମସ୍ତ ମୁଖ୍ୟ ରାସ୍ତାରେ ଚଳପ୍ରଚଳକୁ ସ୍ୱାଭାବିକ କରାଯିବ । ବିଦ୍ୟୁତ ଯୋଗାଣ କାର୍ଯ୍ୟକୁ ମଧ୍ୟ ୨୪ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ କାର୍ଯ୍ୟକୁ ସ୍ୱାଭାବିକ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ […]

ଅଦ୍ୟତନ ହୋଇଛି
୩୪ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା 'କାଳିଆ' ଟଙ୍କା, ଇସାରାରେ କେନ୍ଦ୍ରକୁ ଟାର୍ଗେଟ

CM Naveen Patnaik

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁଦ୍ରିକ ବାତ୍ୟା ‘ୟାସ୍‌’ ଯୋଗୁ ଜଳଘେରରେ ଥିବା ୧୨୮ଟି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ବାତ୍ୟା ‘ୟାସ’ର ପ୍ରାଥମିକ ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ଆସନ୍ତା ୨୪ଘଣ୍ଟା ମଧ୍ୟରେ ସମସ୍ତ ମୁଖ୍ୟ ରାସ୍ତାରେ ଚଳପ୍ରଚଳକୁ ସ୍ୱାଭାବିକ କରାଯିବ । ବିଦ୍ୟୁତ ଯୋଗାଣ କାର୍ଯ୍ୟକୁ ମଧ୍ୟ ୨୪ଘଣ୍ଟା ମଧ୍ୟରେ ୮୦ ପ୍ରତିଶତ କାର୍ଯ୍ୟକୁ ସ୍ୱାଭାବିକ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହା ସହିତ ସମୁଦ୍ର ପାଣି ମାଡ଼ି ଆସିଥିବାରୁ ଭଦ୍ରକ ଜିଲ୍ଲାରେ ୪୪ଟି ଗାଁ ଓ ବାଲେଶ୍ୱର ଜିଲ୍ଲାରେ ୮୪ଟି ଗାଁ ଏବେ ଜଳବନ୍ଦୀ ହୋଇ ରହିଛି

ସେହି ଗାଁର ସମସ୍ତ ପରିବାରକୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ବାତ୍ୟା ପାଇଁ ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଥିଲା, ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ କୋଭିଡ୍ ଗାଇଡଲାଇନ୍ ପାଳନ ହେଉଥିଲେ ମଧ୍ୟ କାଳେ କୌଣସି ସଂକ୍ରମଣ ଆଶଙ୍କା ଥିବ ସେଥିପାଇଁ ଘରକୁ ଘର ବୁଲି ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କୁହାଯାଇଛି।

Advertisment

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ବାତ୍ୟାର ସଫଳ ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ସମସ୍ତ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ପୁଲିସ, ଓ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ପ୍ରଭାବିତ ଜିଲ୍ଲାରେ ସେବା ଯୋଗାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ କୁମାର ଜେନାଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରୁଥିଲେ। ବିଦ୍ୟୁତ ଯୋଗାଣ ସେବାକୁ କେବେ ସୁଦ୍ଧା ସ୍ୱାଭାବିକ କରାଯିବ ସେ ନେଇ ଶକ୍ତି ବିଭାଗ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରୁ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଏସଆରସି ଶ୍ରୀ ଜେନା ସୂଚନା ଦେଇଛନ୍ତି।

Cyclone Disaster Management Cyclone Yaas
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe