ଏସଏଚଜି ମହିଳାଙ୍କୁ ନବୀନଙ୍କ ନିର୍ବାଚନୀ ଥୋପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ପାଣ୍ଠିରେ ମାରାଥନ୍ ଘୋଷଣା ମାନ କରିବାରେ ଲାଗିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀ ୯୬.୫ଲକ୍ଷ ପରିବାରକୁ ହଜାରେ ଟଙ୍କା, ଘର ମରାମତି ପାଇଁ ୩୦ଲକ୍ଷ ପରିବାରକୁ ୩ରୁ ୫ହଜାର ଟଙ୍କା ଘୋଷଣା ପରେ ଆଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ପାଇଁ ଏକାଧିକ ଲୋଭନୀୟ ଘୋଷଣା କରିଛନ୍ତି । ଯାହାକୁ ନେଇ ବିରୋଧୀ […]

mission-shakti

Ordigital Desk
  • Published: Wednesday, 22 December 2021
  • , Updated: 22 December 2021, 08:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ପାଣ୍ଠିରେ ମାରାଥନ୍ ଘୋଷଣା ମାନ କରିବାରେ ଲାଗିଛନ୍ତି। ବିଜୁ ସ୍ୱାସ୍ଥ୍ୟ କାର୍ଡଧାରୀ ୯୬.୫ଲକ୍ଷ ପରିବାରକୁ ହଜାରେ ଟଙ୍କା, ଘର ମରାମତି ପାଇଁ ୩୦ଲକ୍ଷ ପରିବାରକୁ ୩ରୁ ୫ହଜାର ଟଙ୍କା ଘୋଷଣା ପରେ ଆଜି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି) ପାଇଁ ଏକାଧିକ ଲୋଭନୀୟ ଘୋଷଣା କରିଛନ୍ତି । ଯାହାକୁ ନେଇ ବିରୋଧୀ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିବା ସହ ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏଭଳି କରୁଛନ୍ତି ବୋଲି କହିଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରତି ଜିଲ୍ଲାରେ ମିଶନ ଶକ୍ତି ଭବନ ନିର୍ମାଣ ପାଇଁ ଏକ କୋଟି ଟଙ୍କା ଲେଖାଏଁ ଦେବା ପ୍ରସ୍ତାବକୁ ଅନୁମୋଦନ କରିବା ସହ ସୁଧ ରିହାତି ବାବଦରେ ୨୦୦କୋଟି ଟଙ୍କା, ପଂଚାୟତସ୍ତରରେ କମ୍ୟୁନିଟି ଷ୍ଟାଫମାନଙ୍କୁ ପୋଷାକ ଭତ୍ତା, ମିଶନ ଶକ୍ତି ଫେଡେରେସନ ସଦସ୍ୟମାନଙ୍କ ବୈଠକ ଓ ଗସ୍ତ ଭତ୍ତା ପାଇଁ ୨୦୦କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ମିଶନ ଶକ୍ତି ପାଇଁ ଋଣ ପରିମାଣ ୬ହଜାର କୋଟି ଟଙ୍କାରେ ପହଂଚିଥିବାବେଳେ ମିଶନ ଶକ୍ତି ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ପାଇଁ ଭୁବନେଶ୍ୱରରେ ମିଶନ ଶକ୍ତି ବଜାର, ବିଶ୍ୱବ୍ୟାପୀ ବିକ୍ରୟ ପାଇଁ ଅନଲାଇନ୍ ମାର୍କେଟ୍ ପୋର୍ଟାଲକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ତୃଣମୂଳସ୍ତରରେ ମିଶନ ଶକ୍ତି ଆନ୍ଦୋଳନ ଆହୁରି ଜୋରଦାର ହେବା ସହ ଆର୍ଥିକ ଦୃଷ୍ଟିରୁ ମହିଳାମାନେ ଅଧିକ ସଶକ୍ତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ଆର୍ଥିକ ଦୃଷ୍ଟିରୁ ମହିଳାଙ୍କୁ ସଶକ୍ତ କରିବା ପାଇଁ ଯେଉଁ ଗାଁରେ ବ୍ୟାଙ୍କ ନାହିଁ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାଙ୍କ ସଖିମାନଙ୍କୁ ଦାୟିତ୍ୱ ଦିଆଯିବ । ସବୁ ପଂଚାୟତ ଓ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଉଛି । ସବୁ ବ୍ଲକ ଓ ରାଜ୍ୟସ୍ତରରେ ମଧ୍ୟ ମିଶନ ଶକ୍ତି ଭବନ କରାଯିବ ବୋଲି ସେ କହିଥିଲେ । ୨୦ବର୍ଷ ତଳେ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଏବେ ୭୦ଲକ୍ଷ ମହିଳା ସାମିଲ ହୋଇଛନ୍ତି ଓ ଏହା ଏକ ବିରାଟ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ସରକାରୀ ପାଣ୍ଠିରେ ନବୀନ ଗୋଟିଏ ପରେ ଗୋଟିଏ ଲୋଭନୀୟ ଘୋଷଣା କରି ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ପ୍ରୟାସ କରୁଥିଲେ ମଧ୍ୟ ବିରୋଧୀ ଦଳ ଯେଭଳି ବିରୋଧ କରିବା ଦରକାର ତାହା କରିବାରେ ସକ୍ଷମ ହୋଇନଥିବା ଚର୍ଚ୍ଚା ହେଉଛି ।

Related story