ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ସର୍ଭେ ଡାହା ମିଛ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟା ସର୍ଭେ କେତେ ସତ ? ଗତ ଅଗଷ୍ଟ ୩୧ରେ ବନ୍ୟା ପ୍ରଭାବିତ ଅଞ୍ଚଳ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଗସ୍ତ କରିଥିବା କୁହାଯାଇଥିଲା। ତେବେ ସେ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳର ଯେଉଁ ଏରିୟଲ୍ ସର୍ଭେ କରିଥିଲେ ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ସୂଚନା ଅଧିକାର କର୍ମୀ । ଭୁବନେଶ୍ୱର ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ ଆଧାରରେ ସେମାନେ ଅଭିଯୋଗ କରିଛନ୍ତି ଯେ, […]

7vb

7vb

Tapas Behera
  • Published: Wednesday, 14 October 2020
  • Updated: 14 October 2020, 07:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଶ ମାର୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବନ୍ୟା ସର୍ଭେ କେତେ ସତ ? ଗତ ଅଗଷ୍ଟ ୩୧ରେ ବନ୍ୟା ପ୍ରଭାବିତ ଅଞ୍ଚଳ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେଲିକପ୍ଟରରେ ଗସ୍ତ କରିଥିବା କୁହାଯାଇଥିଲା। ତେବେ ସେ ହେଲିକପ୍ଟର ଯୋଗେ ବନ୍ୟାଞ୍ଚଳର ଯେଉଁ ଏରିୟଲ୍ ସର୍ଭେ କରିଥିଲେ ତାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି କିଛି ସୂଚନା ଅଧିକାର କର୍ମୀ । ଭୁବନେଶ୍ୱର ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ ଆଧାରରେ ସେମାନେ ଅଭିଯୋଗ କରିଛନ୍ତି ଯେ, ସେହିଦିନ କେବଳ ଗୋଟିଏ ହେଲିକପ୍ଟର ମାତ୍ର ୧୯ ମିନିଟ୍‌ ଉଡ଼ାଣ ଭରିଥିଲା । ଏତେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ବନ୍ୟାଞ୍ଚଳ ବୁଲିଦେଖିଲେ ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଦିନ ଭୁବନେଶ୍ୱର ଏୟାରପୋର୍ଟରୁ କୌଣସି ଭିଭିଆଇପିଙ୍କର ଉଡ଼ାଣ ହୋଇନଥିଲା ବୋଲି ମଧ୍ୟ ଏୟାରପୋର୍ଟ କର୍ତ୍ତୃପକ୍ଷ ଦର୍ଶାଇଛନ୍ତି।

୩୧ ଅଗଷ୍ଟ ୨୦୨୦ । ସେହିଦିନ ଆକାଶ ମାର୍ଗରୁ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏରିଏଲ୍ ସର୍ଭେ ପରେ ଉଚ୍ଚସ୍ତରୀୟ ବୈଠକରେ ବନ୍ୟା ପରିସ୍ଥିତି ଓ ରିଲିଫ୍ କାର୍ଯ୍ୟର ସମୀକ୍ଷା କରିବା ସହିତ ଘୋଷଣା କରିଥିଲେ ସହାୟତା ପ୍ୟାକେଜ୍ । ମୁଖ୍ୟମନ୍ତ୍ରୀଙ୍କ ଏରିଏଲ୍ ସର୍ଭେ ଓ ପରବର୍ତ୍ତୀ ସମୀକ୍ଷା ବୈଠକର ଚିତ୍ର ଓ ଭିଡିଓ ପ୍ରଦାନ କରିଥିଲେ ରାଜ୍ୟ ସରକାର। ତେବେ ଅଗଷ୍ଟ ୩୧ରେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ କରିଥିବା ପରିଦର୍ଶନ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାରୀ କର୍ମୀ । ଆଉ ତାର ଆଧାର ହେଉଛି  ଭୁବନେଶ୍ୱର ଏୟାରପୋର୍ଟ ଅଥରିଟିଙ୍କଠାରୁ ମିଳିଥିବା ସେହିଦିନର ହେଲିକପ୍ଟର ଉଡ଼ାଣ ସଂପର୍କିତ ତଥ୍ୟ।

ଏୟାରପୋର୍ଟ ଅଥରିଟିଙ୍କ ପକ୍ଷରୁ ଆରଟିଆଇ କର୍ମୀଙ୍କୁ ପ୍ରଦାନ କରାଯାଇ ଥିବା ତଥ୍ୟ ଅନୁଯାୟୀ ୩୧ ଅଗଷ୍ଟ ୨୦୨୦ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟରୁ ମାତ୍ର ଗୋଟିଏ ହେଲିକପ୍ଟର ଉଡ଼ାଣ ଭରିଥିଲା । ଆଉ ତାହା ଥିଲା OSS ଏୟାର ମ୍ୟାନେଜମେଣ୍ଟର VTOSH ନାମକ ହେଲିକପ୍ଟର । ଏୟାରପୋର୍ଟ ଅଥରିଟିଙ୍କ ତଥ୍ୟ କହୁଛି, ସେହିଦିନ ସକାଳ ୧୦ଟା ୧୨ ମିନିଟ୍‌ରେ ହେଲିକପ୍ଟରଟି ଭୁବନେଶ୍ୱର ଏୟାରପୋର୍ଟରୁ ଯାତ୍ରା ଆରମ୍ଭ କରିଥିଲା, ଆଉ ଫେରିଥିଲା ୧୦ଟା ୩୧ ମିନିଟ୍‌ରେ। ଅର୍ଥାତ ମାତ୍ର ୧୯ ମିନିଟ୍ ମଧ୍ୟରେ ସଂପୃକ୍ତ ହେଲିକପ୍ଟରଟି ଭୁବନେଶ୍ୱର ଏୟାରପୋର୍ଟକୁ ଫେରିଆସିଥିଲା । ହେଲିକପ୍ଟରଟିର ଯିବା-ଆସିବାର ମୋଟ୍ ସମୟ ଥିଲା ମାତ୍ର ୧୯ ମିନିଟ୍ । ଏହି ସମୟ ମଧ୍ୟରେ ହେଲିକ୍ଟରର ଟେକଅଫ ଓ ଲ୍ୟାଣ୍ଡି ସମୟ ଅନ୍ତର୍ଭୁକ୍ତ। ଏଥିପାଇଁ କିଛି ସମୟ ଖର୍ଚ୍ଚ ହୋଇଥିବ। ପୁଣି ହେଲିକପ୍ଟରଟି ଏୟାରପୋର୍ଟକୁ ଫେରିଥିବ। ଅର୍ଥାତ ହେଲିକପ୍ଟର ମାତ୍ର ୯-୧୦ ମିନିଟ୍‌ର ଦୂରତ୍ୱ ଅତିକ୍ରମ କରିଥିବ।  ଆରଟିଆଇ  କର୍ମୀ ଶ୍ରୀକାନ୍ତ କୁମାର ପାକଳ ଙ୍କ ପ୍ରଶ୍ନ ହେଲା, ଏତେ କମ୍ ସମୟ ମଧ୍ୟରେ ମୁଖ୍ୟମନ୍ତ୍ରୀ କେଉଁ ବନ୍ୟା ପ୍ରପୀଡ଼ିତ ଅଞ୍ଚଳର ଏରିୟଲ୍ ସର୍ଭେ କଲେ?

ଆଭିଏସନ୍ ଏକ୍ସପର୍ଟଙ୍କ ମତରେ ମୁଖ୍ୟମନ୍ତ୍ରୀ ଯଦି ଆକାଶମାର୍ଗରେ ଭୁବନେଶ୍ୱରଠାରୁ ସବୁଠାରୁ ନିକଟତମ ଯାଜପୁର ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିବେ, ତାହାଲେ ବି ଭୁବନେଶ୍ୱରଠାରୁ ଯାଜପୁରର ଦୂରତା ୪୫ ନଟିକାଲ୍ ମାଇଲ୍ । ସେ ହିସାବରେ ଯିବା ଆସିବା ୯୦  ନଟିକାଲ୍ ମାଇଲ୍ ହେବ । ସେହିଦିନ ଯେଉଁ VTOSH ହେଲିକପ୍ଟର ଉଡ଼ାଣ ଭରିଥିଲା ତାର ସର୍ବାଧିକ ସ୍ପିଡ୍ ହେଉଛି ୧୬୮ ନଟ୍ । ତେବେ ୧୯ ମିନିଟ୍‌ରେ ସେହି ଦୂରତ୍ୱ ଅତିକ୍ରମ କରିବାକୁ  ୨୭୦ ନଟ୍ ସ୍ପିଡ୍ ଆବଶ୍ୟକ । ତେଣୁ ଏତେ କମ୍ ସମୟ ମଧ୍ୟରେ ଯାଜପୁର ଅଞ୍ଚଳ ପରିଦର୍ଶନ କରିବା ସମ୍ଭବ ନୁହେଁ । ସେହିପରି କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ ଓ ପୁରୀ ଜିଲ୍ଲାର ବନ୍ୟା ପ୍ରଭାବିତ ଅଂଚଳରେ ମାତ୍ର ୯ ମିନିଟ୍‌ରେ ପହଞ୍ଚି ପରିଦର୍ଶନ କରିବା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଛି । ଏସବୁକୁ ଛାଡ଼ିଲେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେହିଦିନ ଭୁବନେଶ୍ୱର ଏୟାରପୋର୍ଟରୁ କୌଣସି VVIP ମୁମେଣ୍ଟ ହୋଇନାହିଁ । ଯାହାକି ଏୟାରପୋର୍ଟ ଅଥରିଟିଙ୍କ ଏହି ଡକ୍ୟୁମେଣ୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି।

ଆରଟିଆଇ କର୍ମୀଙ୍କ ଏସବୁ ସୂଚନା ଆଧାରରେ ପ୍ରଶ୍ନ ଉଠୁଛି ୩୧ ଅଗଷ୍ଟରେ ମୁଖ୍ୟମନ୍ତ୍ରୀ ବାସ୍ତବରେ ବନ୍ୟାଞ୍ଚଳ ପରିଦର୍ଶନରେ ଯାଇଥିଲେ ନା ନାହିଁ? ଯଦି ଯାଇଥିଲେ ମାତ୍ର ୧୯ ମିନିଟ୍‌ରେ କେଉଁ ଅଞ୍ଚଳ ବୁଲି ଦେଖିଲେ? ଯାହାର ଉତ୍ତର ଏଯାଏଁ ମିଳିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story