ସ୍ୱାମୀନାଥନ୍ ରିପୋର୍ଟ ଲାଗୁ ନହେବାଯାଏ ଲଢ଼େଇ ଜାରି ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିଛି । ଏମଏସ୍ ସ୍ୱାମୀନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ ନକରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନା ଅନ୍ତର୍ଗତ ୩୮୬କୋଟି ଟଙ୍କାର କୋଭିଡ୍ ସହାୟତା ରାଶି ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ […]

CM-Naveen-Patnaik

Ordigital Desk
  • Published: Wednesday, 30 June 2021
  • , Updated: 30 June 2021, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାଷୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଲଢ଼େଇ ଜାରି ରହିଛି । ଏମଏସ୍ ସ୍ୱାମୀନାଥନ୍ କମିଟି ସୁପାରିସକୁ କାର୍ଯ୍ୟକାରୀ ନକରିବା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଆଜି ୧୮ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ‘କାଳିଆ’ ଯୋଜନା ଅନ୍ତର୍ଗତ ୩୮୬କୋଟି ଟଙ୍କାର କୋଭିଡ୍ ସହାୟତା ରାଶି ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯାଇଛି। କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨୫୦୦ଟଙ୍କା ଦିଆଯାଇଥାଏ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, ପ୍ରତ୍ୟେକ ଭୂମିହୀନ ଚାଷୀଙ୍କୁ ‘କାଳିଆ’ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ ଏକ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍ ସହାୟତା ମଧ୍ୟ ଦିଆଯାଇଛି। କାଳିଆ ଯୋଜନାକୁ ନିଜର ସବୁଠୁ ପ୍ରିୟ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହ ଚାଷୀର ସ୍ୱାର୍ଥର ସୁରକ୍ଷା ସୁବେଳେ ତାଙ୍କର ପ୍ରାଥମିକତା ହୋଇ ରହିଆସିଛି । କାଳିଆ ଯୋଜନା ଯୋଗୁ ରାଜ୍ୟର ଲକ୍ଷଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି ଓ ମନରେ ଭରସା ଦେଇଛି। ଚାଷୀର ତ୍ୟାଗକୁ ସମ୍ମାନ ଜଣାଉ।

ଚାଷୀର ସ୍ୱାର୍ଥର ସୁରକ୍ଷା ପାଇଁ ଏମଏସ୍ ସ୍ୱାମୀନାଥନ୍ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ସବୁବେଳେ ଦାବି କରି ଆସିଛି ଓ ଏହା ପୂରଣ ନହେଲା ପର୍ଯ୍ୟନ୍ତ ଲଢ଼େଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ମୁଖ୍ୟମନ୍ତ୍ରୀ ସବୁ ଚାଷୀଙ୍କୁ କୋଭିଡ୍ ଟିକା ନେବା ସହ କୋଭିଡ୍ ନିୟମର ପାଳନ କରିବାକୁ ନିବେଦନ କରିବା ସହ କୋଭିଡ୍ ବିରୋଧରେ ଲଢ଼େଇ ହେଉଛି ସମସ୍ତଙ୍କର ଲଢ଼େଇ ବୋଲି କହିଥିଲେ । କୋଭିଡର ପ୍ରଥମ ଲହରରେ କୃଷି ହିଁ ଅର୍ଥନୀତିକୁ ବଂଚାଇଥିଲା।

ଦ୍ୱିତୀୟ ଲହରରେ ଲକଡାଉନ୍ ସଟଡାଉନ୍ ଯୋଗୁ ଲୋକଙ୍କ ଜୀବିକା ଗଭୀର ପ୍ରଭାବ ପଡ଼ିଛି। ସେଥିପାଇଁ ବିଭିନ୍ନ ବର୍ଗର ଲୋକଙ୍କ ନିମନ୍ତେ ସରକାର କୋଭିଡ୍ ପ୍ୟାକେଜ୍ ଘୋଷଣା କରିଛନ୍ତି।ମୁଖ୍ୟମନ୍ତ୍ରୀ ଏହି ଅବସରରେ ୩ଜଣ ଭୂମିହୀନ ଚାଷୀ ମାଳତି ମେଲେକା, ସୁରଥ ମାଝୀ ଓ ଗଣେଶ ଦାସଙ୍କ ସହ ‘କାଳଆ’ଯୋଜନାର ସୁଫଳ ବିଷୟରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ସେହିପରି କୃଷିମନ୍ତ୍ରୀ ଅରୁଣ ସାହୁ ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିବା ସହ କୃଷକମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଦୃଢ଼ ନେତୃତ୍ୱର ଉଚ୍ଚ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ କାଳିଆ ଯୋଜନା ଓ ଭୂମିହୀନ ଚାଷୀଙ୍କ ପାଇଁ ଏକ କ୍ଷୁଦ୍ର ଭିଡ଼ିଓ ଚିତ୍ର ପ୍ରଦର୍ଶନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସମେତ ୩୦ଟି ଜିଲ୍ଲାର ଭୂମିହୀନ ଚାଷୀମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସାମିଲ ହୋଇଥିଲେ।

Related story