ଭୁବନେଶ୍ୱରରେ ସି-ଡିଏସି ସେଣ୍ଟର ଖୋଲିବାକୁ ରବିଶଙ୍କରଙ୍କୁ ଚିଠି ଲେଖିଲେ ନବୀନ

Ordigital Desk
  • Published: Friday, 17 November 2017
  • , Updated: 17 November 2017, 05:19 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ର ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ମୁଖ୍ୟମନ୍ତ୍ରୀ ନବୀନଙ୍କ ଚିଠି ଲେଖି ଭୁବେନଶ୍ୱରରେ ଏକ ସି-ଡିଏସି ସେଣ୍ଟର କରିବାକୁ କହିଛନ୍ତି। ବର୍ତ୍ତମାନ ବୁର୍ଲାରେ ଭିଏସଏସ ବୈଷୟିକ ବିଶ୍ୱବିଦ୍ୟାଳୟରେ ଗୋଟିଏ ମାତ୍ର ସି-ଡିଏସି ସେଣ୍ଟର ରହିଛି।&nbsp; ରାଜଧାନୀ ଭୁବେନଶ୍ୱରରେ ଆଉ ଏକ ସି-ଡାକ ସେଣ୍ଟର ପ୍ରତିଷ୍ଠା ହେଲେ ଏହା ଅନେକ ମାତ୍ରାରେ ସହାୟକ ହେବ। କମ୍ପ୍ୟୁଟର ପାଠ୍ୟକ୍ରମ ସହ ଗବେଷଣା ଏବଂ ଅନ୍ୟାନ୍ୟ କାର୍ଯ୍ୟରେ ବହୁ ମାତ୍ରାରେ ଏହା ସହାୟକ ହେବ ବୋଲି ଚିଠିରେ ନବୀନ ଉଲ୍ଲେଖ କରିଛନ୍ତି।</p> <p>ଓଡ଼ିଶାରେ ଆଇଆଇଟି, ଆଇଆଇଏମ୍&zwnj;, ଏମ୍ସ, ଆଇଆଇଏସ୍&zwnj;ଅଇଆ ଭଳି ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ରହିଛି।&nbsp; ଅନେକ ଜାତୀୟସ୍ତରର ଶିକ୍ଷାନୁଷ୍ଠାନ ଭୁବନେଶ୍ୱରରେ ସେମାନଙ୍କ ଶାଖା ଖୋଲିବାକୁ ଚାହୁଁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଏଠାରେ ସି-ଡିଏସି ଖୋଲିବାକୁ ନବୀନ ଅନୁରୋଧ କରିଛନ୍ତି।</p>

Related story