କୋଭିଡ ପରିଚାଳନାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାର୍ବଣ ଓ ଶୀତଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭଲ ପ୍ରଦର୍ଶନ କରୁଛି। କରୋନା ସଂପର୍କିତ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ  ଅଧିକାଂଶ ଜିଲ୍ଲାରେ କମୁଛି। ନୂଆ ସଂକ୍ରମଣ  ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, […]

naveen

naveen

Tapas Behera
  • Published: Wednesday, 14 October 2020
  • Updated: 14 October 2020, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ କୋଭିଡ ପରିଚାଳନାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପାର୍ବଣ ଓ ଶୀତଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବାକୁ ସେ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି, କୋଭିଡ ପରିଚାଳନାରେ ଓଡ଼ିଶା କ୍ରମାଗତ ଭଲ ପ୍ରଦର୍ଶନ କରୁଛି।

କରୋନା ସଂପର୍କିତ ଓଡ଼ିଶାର ସମସ୍ତ ସୂଚକାଙ୍କ ଜାତୀୟ ହାରଠାରୁ ଭଲ  ଅଧିକାଂଶ ଜିଲ୍ଲାରେ କମୁଛି। ନୂଆ ସଂକ୍ରମଣ  ଅଧିକ ପ୍ରଭାବିତ ହୋଇଥିବା କଟକ, ଖୋର୍ଦ୍ଧା, ପୁରୀ ଜିଲ୍ଲାର ପରିସ୍ଥିତିରେ ଉନ୍ନତି ଆସିଛି ।

ପୂଜା ଓ ଶୀତ ଋତୁ ଆସୁଥିବାରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି।  ତେବେ ଅର୍ଥନୈତିକ କାର୍ଯ୍ୟକ୍ରମକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ କୌଣସି ବାଧାକୁ  ବରଦାସ୍ତ କରାଯିବନି ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos